ଜୀବନରେ ଏହି ତିନୋଟି ଜିନିଷକୁ ପାଖରେ ରଖିଲେ ମଣିଷ କେବେ ମଧ୍ୟ ଠିକ ବାଟରେ ଯାଇପାରେ ନାହିଁ

ପୁରାଣ ଶାସ୍ତ୍ର ଏବଂ ଭାଗବତ ଗୀତାରେ ମଣିଷ ଜୀବନକୁ ନେଇ ଅନେକ ସାରମର୍ମ ଉଲ୍ଲେଖ ରହିଛି। ଏହି ଗୁଡିକ ଆମ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରନ୍ତି କାରଣ ଏଗୁଡ଼ିକୁ ମାନି ଚଳିଲେ ମଣିଷର ଜୀବନ ବେଶ ସୁଖମୟ ହୋଇଥାଏ। ତେବେ ଜୀବନରେ କିଛି ଲୋକ ଭୁଲ ବାଟରେ ଯାଉଥିବା ସମୟରେ କିଛି ଲୋକ ଠିକ ରାସ୍ତାରେ ଯାଇଥାନ୍ତି। ଯେଉଁମାନେ ଭୁଲ ରାସ୍ତାରେ ଯାଆନ୍ତି ସେମାନେ ନିଜ ପାଖରୁ ଯଦି ତିନୋଟି ଜିନିଷକୁ ଦୁରେଇ ଦିଅନ୍ତି ତେବେ ସେମାନେ ଜୀବନରେ କେବେ ଭୁଲ କରିପାରିବେ ନାହିଁ ବୋଲି ପୁରାଣରେ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ଜାଣିବା ସେହି ତିନୋଟି ଜିନିଷ କଣ କଣ ?

୧- କ୍ରୋଧ- କ୍ରୋଧରେ ମଣିଷ ଭୁଲ ଠିକ ବିଚାର କରିବାର ଶକ୍ତି ହରାଇ ବସେ। ଭୁଲ ରାସ୍ତାରେ ନେଇଯିବା ପାଇଁ କ୍ରୋଧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କ୍ରୋଧ ଯୋଗୁଁ ଅନେକ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ଅନେକ କ୍ଷୟକ୍ଷତି ହୋଇଥାଏ।
୨- ଲୋଭ- ଲୋଭ ଏକ ଏପରି ଜିନିଷ ଯାହାକୁ ମନ ଭିତରେ ସାଇତି ରଖିଲେ କୌଣସି ବି ବ୍ୟକ୍ତି ଠିକରୁ ଭୁଲ ଆଡ଼କୁ ଚାଲିଯାଇଥାଏ। ଲୋଭ ଦ୍ୱାରା ନିଜ ପର ବି ମଣିଷ ଜାଣିପାରେ ନାହିଁ।
୩- କାମନା- କାମନା ବାସନାରେ ରହିଲେ ମଣିଷ ନିଜର ବିବେକ ହରାଇବା ସଙ୍ଗେସଙ୍ଗେ ଅନେକ ଖରାପ ଅଭ୍ୟାସରେ ପଡ଼ିଯାଏ। ଏହା ମଣିଷକୁ ଏତେ ଅଭ୍ୟାସରତ କରାଇଦିଏ ଯେ ବାଧ୍ୟ ହୋଇ ମଣିଷ ବିଭିନ୍ନ ଭୁଲ କରିବସେ। ଏଣୁ ଏହିସବୁ ଜିନିଷକୁ ଜୀବନରୁ ବାଦ ଦେଲେ ମଣିଷ ସର୍ବଦା ସଠିକ ରାସ୍ତାରେ ଚାଲିପାରିବ।

error: Content is protected !!