ଜିଓର ୧୦୦% କ୍ୟାସବ୍ୟାକ ଅଫର: ଜାଣନ୍ତୁ କେତେ ଟଙ୍କା ରିଚାର୍ଜ ଉପରେ ମିଳିବ?

ପାର୍ବଣର ଉତ୍ସବରେ ଦେଶର ସର୍ବବୃହତ ମୋବାଇଲ ଡାଟା ନେଟୱର୍କ ଜିଓ ପକ୍ଷରୁ ମଧ୍ୟ ଆସିଛି ଫେଷ୍ଟିଭ ଅଫର। ଯେଉଁ ଅଫରରେ ଜିଓର ଗ୍ରାହକ ପାଇବେ ୧୦୦% କ୍ୟାସବ୍ୟାକ ଅଫର। ଜାଣିବା କେତେ ଟଙ୍କା ରିଚାର୍ଜ ଉପରେ ମିଳିବ ଏହି ୧୦୦% କ୍ୟାସବ୍ୟାକ।

୧୪୯ଟଙ୍କାରୁ ଅଧିକ ସମସ୍ତ ରିଚାର୍ଜ ଉପରେ ଗ୍ରାହକ ପାଇବେ ଏହି କ୍ୟାସବ୍ୟାକ ଅଫର। ନିକଟରେ ଜିଓ ୧୬୯୯ ଟଙ୍କା ମୂଲ୍ୟର ଏକ ବାର୍ଷିକ ପ୍ଲାନ ମଧ୍ୟ ଘୋଷଣା କରିଛି। ଗ୍ରାହକ ୧୬୯୯ ଟଙ୍କା ରିଚାର୍ଜ କଲେ ୧୨ ମାସ ପାଇଁ ପ୍ରତ୍ୟେକ ଦିନ ୧.୫ ଜିବି ହାଇସ୍ପୀଡ଼ ଡାଟା, ଅସୀମିତ ଭଏସ କଲ ସୁବିଧା ପାଇବେ। ଏହା ସହିତ ଜିଓ ଟିଭି, ଜିଓ ସିନେମା, ଜିଓ ମ୍ୟୁଜିକର ମଧ୍ୟ ଫ୍ରିରେ ଲାଭ ଉଠାଇ ପାରିବେ।

୧୦୦% କ୍ୟାସବ୍ୟାକ କଣ? ଏହି କ୍ୟାସବ୍ୟାକକୁ କେଉଁଠି ବ୍ୟବହାର କରିବେ?
ଗ୍ରାହକ ଜିଓ ଦୀପାବଳି ୧୦୦% କ୍ୟାସବ୍ୟାକ ଅଫରରେ ୧୪୯ଟଙ୍କାରୁ ଅଧିକ ସମସ୍ତ ରିଚାର୍ଜ ଉପରେ ୧୦୦% କ୍ୟାସବ୍ୟାକ ମାଇଁ ଜିଓ ଆପର ମାଇଁ କୁପନ ଜରିଆରେ ପାଇପାରିବେ। ଏହି କୁପନକୁ ରିଲାଏନ୍ସ ଡିଜିଟାଲ କିମ୍ବା ମାଇଁ ଜିଓ ଷ୍ଟୋରରେ ୫୦୦୦ କିମ୍ବା ତଦୁର୍ଦ୍ଧ ମୂଲ୍ୟର କ୍ରୟ ଉପରେ କୁପନ ଗୁଡିକର ବ୍ୟବହାର କରିପାରିବେ। ସୂଚନା ଅନୁସାରେ ଏହି ଅଫର ୩୦ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ଅଛି ଓ ଏହି କ୍ୟାସବ୍ୟାକର ସମସ୍ତ କୁପନ ଡିସେମ୍ବର ୩୧, ୨୦୧୮ ପୂର୍ବରୁ ବ୍ୟବହାର କରି ପାରିବେ।

error: Content is protected !!