ଜିଓର ମାଗଣା ଯୁଗ ସରିଲା, ଏବେ ଦେବାକୁ ପଡିବ ପ୍ରତି ମିନିଟ ପିଛା ଏତିକି ପଇସା, ଜାଣନ୍ତୁ କେବେ ଠାରୁ ଏହା ଆରମ୍ଭ ହେବ?

ଜିଓର ମାଗଣା ଯୁଗର ଅନ୍ତ ଘଟିଛି । ମାଗଣା ଭଏସ କଲରେ ଉପରେ ଏବେ ଦେବାକୁ ପଡିବ ଟଙ୍କା। ଜିଓରୁ ଜିଓ ନେଟୱର୍କକୁ ମାଗଣା ଥିବା ବେଳେ ଜିଓ ମୋବାଇଲରୁ ଅନ୍ୟ ନେଟୱର୍କକୁ କଲ କଲେ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡିବ। ସୂଚନା ଅନୁସାରେ ଆସନ୍ତାକାଲି ଅର୍ଥାତ ୧୦ ଅକ୍ଟୋବର ଠାରୁ ଜିଓ ମୋବାଇଲରୁ ଅନ୍ୟ ନେଟୱର୍କକୁ କଲ କଲେ ମିନିଟ ପିଛା ୬ ପଇସା ପଡିବ ।

ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ(Telecom Regulatory Authority of India-TRAI) ନିୟମ ଅନୁସାରେ ପୂର୍ବରୁ ଜିଓରୁ ଅନ୍ୟ ନେଟୱର୍କକୁ କଲ କଲେ ଜିଓକୁ ୬ ପଇସା ଦେବାକୁ ପଡୁଥିଲା, ଯାହା ଏବେ ଜିଓ କମ୍ପାନୀ ବହନ କରିବ ନାହିଁ। ଏହାର ଅର୍ଥ ଗ୍ରାହକ ଅନ୍ୟ ନେଟୱର୍କକୁ କଲ କଲେ ମିନିଟ ପିଛା ୬ ପଇସା ପଡିବ। ଯଦି ଭବିଷ୍ୟତରେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ ଏହି ନିୟମକୁ କୋହଳ କରିବେ ତେବେ ଗ୍ରାହକଙ୍କୁ ଲାଭ ମିଳିବ।

  • ନୂଆ ନିୟମ ଅନୁସାରେ କାଲି ଠାରୁ ଅନ୍ୟ ନେଟୱର୍କକୁ କଲ କଲେ ୬ ପଇସା ଦେବାକୁ ପଡିବ କିନ୍ତୁ ଯଦି ଆପଣଙ୍କର କୌଣସି ପୁରୁଣା ପ୍ଲାନ ଚାଲିଛି ତେବେ ଏହି ନିୟମ ଆପଣଙ୍କ ଉପରେ ଲାଗୁ ହେବ ନାହିଁ। ନୂଆ ପ୍ଲାନ ରଚାର୍ଜ କରିବା ପରେ ଏହି ନୂଆ ନିୟମ ଲାଗୁ ହେବ।
  • ଜିଓ କମ୍ପାନୀ ସୂଚନା ଅନୁସାରେ ପ୍ରିପେଡ ଗ୍ରାହକମାନେ ଏକ ଆଇୟୁସି ଟପ-ଅପ ଭାଉଚର ପକାଇ ନନ-ଜିଓ ମୋବାଇଲ ନମ୍ବର( ଏୟାରଟେଲ, ଭୋଡାଫୋନ-ଆଇଡିଆ, ବିଏସଏନଏଲ, ଏମଟିଏନଏଲ) କୁ ପୂର୍ବପରି ମାଗଣାରେ କଲ କରିପାରିବେ ।
  • ଏହି ଆଇୟୁସି ଟପ-ଅପ ୧୦ ଟଙ୍କାରୁ ଆରମ୍ଭ କରି ୨୦, ୫୦ ଓ ୧୦୦ ଟଙ୍କା ପର୍ୟ୍ୟନ୍ତ ରହିଛି । ଏସବୁ ଟପ-ଅପ ଭାଉଚର ରିଚାର୍ଜ କଲେ ଆପଣଙ୍କୁ ମାଗଣା ଡାଟା ମଧ୍ୟ ମିଳିବ।
  • ଅନ୍ୟପକ୍ଷରେ ପୋଷ୍ଟପେଡ ଗ୍ରାହକମାନଙ୍କ ମିନିଟ ପିଛା ୬ ପଇସା ଦେବାକୁ ପଡିବ। ଜିଓ ପରେ ଅନ୍ୟ ଅପରେଟରମାନେ ମଧ୍ୟ ସମାନ ବ୍ୟବସ୍ଥା ଆରମ୍ଭ କରିବାର ସମ୍ଭାବନା ରହିଛି । (ଖବରଟି ଅନ୍ୟ ମାନଙ୍କ ଜଣାଇବା ପାଇଁ ଖବରଟିକୁ ସେୟାର କରନ୍ତୁ)
error: Content is protected !!