ଜିଓର ଶସ୍ତା ପ୍ଲାନ, ଦିନକୁ ୧.୫ ଜିବି ବଦଳରେ ମିଳିବ ୩ ଜିବି ଡାଟା

ରିଲାଏନ୍ସ ଜିଓ ତାଙ୍କ ଉପଭୋକ୍ତା ପାଇଁ ଆଣିଛି ଡବଲ ଧମାକା ଅଫର। ଜିଓର ୧୪୯, ୩୪୯, ୩୯୯ ଏବଂ ୪୯୯ ଟଙ୍କା ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ବଦଳରେ ମିଳିବ ୩ ଜିବି ଡାଟା। ଏସବୁ ପ୍ଲାନର ଯଥାକ୍ରମେ ୨୮, ୭୦, ୮୪ ଏବଂ ୯୧ ଦିନ ଅବଧି ରହିଛି।

ଏବଂ ଜିଓର ୧୯୮, ୩୯୮, ୪୪୮ ଏବଂ ୪୯୮ ଟଙ୍କିଆ ପ୍ଲାନ୍‍ରେ ପ୍ରତିଦିନ ୨ ଜିବି ଡାଟା ବଦଳରେ ମିଳିବ ୩.୫ ଜିବି ଡାଟା। ଏସବୁ ପ୍ଲାନର ଯଥାକ୍ରମେ ୨୮, ୭୦, ୮୪ ଏବଂ ୯୧ ଦିନ ଅବଧି ରହିଛି। ସେହିଭଳି ୨୯୯ ଟଙ୍କିଆ ପ୍ଲାନ୍‍ରେ ୩ ଜିବି ଡାଟା ବଦଳରେ ମିଳିବ ୪.୫ ଜିବି ଡାଟା। ଏହା ସହିତ ୩୦୦ରୁ ଅଧିକ ଟଙ୍କାର ରିଚାର୍ଜ କଲେ ୧୦୦ ଟଙ୍କା କ୍ୟାସବ୍ୟାକ୍‍ ମିଳିବ।

ସୂଚନା ଅନୁସାରେ ଜୁନ୍‍ ୧୨ ଅପରାହ୍ନ ୪ଟାରୁ ଠାରୁ ଜୁନ୍‍ ୩୦ ମଧ୍ୟରେ ଯେ କୌଣସି ପ୍ଲାନ୍‍ରେ ରିଚାର୍ଜ କଲେ ଆପଣ ଏହି ସୁବିଧା ପାଇ ପାରିବେ।

Loading...

Loading...
error: Content is protected !!