ଜିଓରୁ ଫ୍ରି କଲିଂ ଶେଷ, ଜାଣନ୍ତୁ କାହିଁକି ଦେବାକୁ ପଡିବ ପ୍ରତି କଲ୍‌ ପିଛା ପଇସା

ଜିଓରୁ ଅନ୍ୟ ନେଟୱର୍କକୁ କଲ କଲେ ଏବେ ଦେବାକୁ ପଡିବ ଟଙ୍କା। ଏହି ନିୟମ ଆଜିଠାରୁ ଲାଗୁ ହେଉଛି। ପୂର୍ବରୁ ଜିଓର ସମସ୍ତ କଲ୍‌ ଫ୍ରି ଥିଲା । ମାତ୍ର ଏବେ ଜିଓ ନିଜ ନେଟଓ୍ୱର୍କକୁ ଛାଡି ଦେଲେ ଅନ୍ୟ ନେଟଓ୍ୱର୍କ ପାଇଁ ଟଙ୍କା ଚାର୍ଜ କରିବାକୁ ଯାଉଛି । Interconnect Usage Charge (IUC)କୁ ନେଇ ଏପରି କରାଯାଇଥିବା ଜିଓ ପକ୍ଷରୁ ସୂଚନା ଦିଆଯାଇଛି । ରିଲାଏନ୍ସ ଜିଓ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଟ୍ରାଇ ଇଣ୍ଟରକନେକ୍ଟ ଚାର୍ଜ ଜାରି କରୁଥିବାରୁ ଏପରି କରାଯାଇଛି ବୋଲି ଦର୍ଶାଯାଇଛି ।

ଅକ୍ଟୋବର ୧୦ ତାରିଖରୁ ଏହା ଲାଗୁ ହୋଇଯିବ । କେବଳ ଜିଓରୁ ଜିଓ ଓ ଲ୍ୟାଣ୍ଡଲାଇନ୍‌କୁ କଲ୍‌ ଫ୍ରି ବା ମାଗଣା ରହିବ ।
ଟ୍ରାଇ ଟର୍ମିନାଂସ ଚାର୍ଜ ଜାରୀ ନକଲେ ଏପରି କରାଯିବ ବୋଲି ଜିଓ କହିଛି । ଏବେ ଏହା ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ରହିଛି ।
ଏହି ପଇସାର ଡାଟା ଉପଭୋକ୍ତାଙ୍କୁ ଦିଆଯିବ ବୋଲି ଜିଓ କହିଛି । ପୋଷ୍ଟ ପେଡ୍‌ରେ ବି ଡାଟା ଲିମିଟ୍‌କୁ ବଢାଇ ଦିଆଯାଇଛି ।
ପ୍ରଥମ ଥର ପାଇଁ ଏପରି ହେଉଛି ଜିଓ ନମ୍ବରରୁ କଲ୍‌ କଲେ ପଇସା ଦେବାକୁ ପଡୁଛି ।
୨୦୧୭ ମସିହାରେ ଟ୍ରାଇ IUCକୁ ହ୍ରାସ କରି ୧୪ ପଇସାରୁ ୬ ପଇସା କରି ଦେଇଥିଲା । ଜାନୁଆରୀ ୨୦୨୦ରେ ଏହାକୁ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି । ଜିଓ ଅନ୍ୟ କମ୍ପାନୀମାନଙ୍କୁ ଦେଇଥିବା ପଇସାର ଭରଣା ପାଇଁ ଏପରି କରିଛି ।

error: Content is protected !!