କାନ୍ଦିବା ଦ୍ୱାରା ମିଳେ ଏହିସବୁ ଲାଭ

ଜୀବନ ହସ କାନ୍ଦର ସମିଶ୍ରଣ। ଖୁସି ହେଲେ ମଣିଷ ହସେ ଏବଂ ଦୁଃଖରେ ମଣିଷ କାନ୍ଦିଥାଏ। ହସିବା ମଣିଷର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ବୋଲି ଆମେ ସାଧାରଣରେ ଜାଣିଛେ। ହସିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୁଏ। ହେଲେ ଆଜି ଆମେ କାନ୍ଦିବାର କିଛି ଫାଇଦା ବିଷୟରେ କହିବୁ ଯାହାକୁ ଆପଣ ହୁଏତ ଆଗରୁ କେବେ ମଧ୍ୟ ଉପଲବ୍ଧି କରିନଥିବେ। କନ୍ଧିବା ଦ୍ୱାରା କଣ ଫାଇଦା ମିଳେ ଆସନ୍ତୁ ଜାଣିବା।

ଆମେ କାନ୍ଦିବା ସମୟରେ ଆମ ଶରୀରରୁ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ଦୁଇଟି ହରମୋନ୍‌ ବାହାରି ଆସିଥାଏ। ଏହି ଦୁଇଟିକୁ ଷ୍ଟ୍ରେସ୍‌ ହରମୋନ ମଧ୍ୟ କୁହାଯାଇଥାଏ। ଏହି ହରମୋନ ଦେହରୁ ବାହାରି ଯିବା ପରେ ମଣିଷ ମାନସିକ ଚାପରୁ ମୁକ୍ତ ହୋଇଯାଏ। ଦ୍ୱିତୀୟତଃ କାନ୍ଦିବା ଦ୍ୱାରା ଆଖି ସୁସ୍ଥ ରହେ। କାରଣ କାନ୍ଦିବା ସମୟରେ ଆଖିରୁ ମଇଳା ସବୁ ଲୁହରେ ବାହାରି ଆସେ।

କାନ୍ଦିବା ଦ୍ୱାରା ମନର ବୋଝ ହାଲକା ହୋଇଥାଏ ଯାହା ଫଳରେ ଆମେ ମୁକ୍ତ ଅନୁଭବ କରୁ। ଏହା ବ୍ୟତୀତ ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଲୋକମାନେ ଅଳ୍ପ କାନ୍ଦିବା ଦ୍ୱାରା ତାଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ବୋଲି ବିଜ୍ଞାନ କୁହେ। ତେଣୁ କେବେ କେବେ କାନ୍ଦିବା ବି ଦେହ ପାଇଁ ଖୁବ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି।

error: Content is protected !!