ଜାଣନ୍ତୁ, କେଉଁଠୁ ଆସିଥିଲା ଭୀମଙ୍କୁ ଦଶ ହଜାର ହାତୀର ବଳ?

ଭୀମ ପାଣ୍ଡଵମାନଙ୍କ ଭିତରେ ସବୁଠାରୁ ବଳଶାଳୀ ବୋଲି ମହାଭାରତ ଗ୍ରନ୍ଥରେ ଉଲ୍ଲେଖ ରହିଛି। ମହାଭାରତ ଯୁଦ୍ଧରେ ସେ ସମସ୍ତଙ୍କୁ ନିଜ ବଳରେ ପରାଜିତ କରି ଯୁଦ୍ଧକୁ ଶେଷ କରିଥିଲେ ବୋଲି ଆମେ ଜାଣିଛେ। ନିଜ ପରାକ୍ରମ ପାଇଁ ସବୁବେଳେ ପ୍ରଶଂସିତ ଏହି ବୀର ଜଣେ ସାଧାରଣ ମଣିଷ ହେଲେ ବି ତାଙ୍କ ଦେହରେ ୧୦ ହଜାର ହାତୀର ବଳ କେଉଁଠୁ ଆସିଲା ତାହା ହୁଏତ ସମସ୍ତେ ଜାଣି ନଥିବେ। ଏହାର ଉତ୍ତର ଆଜି ଆମେ ଆପଣଙ୍କୁ କହିବୁ।

ଭୀମ ପିଲାବେଳୁ ହିଁ ପରାକ୍ରମୀ ଥିଲେ। କୌରବ ଏବଂ ପାଣ୍ଡବମାନେ ଯେତେବେଳେ ଅଧ୍ୟୟନ ପାଇଁ ଆଶ୍ରମରେ ରହିଥିଲେ ସେତେବେଳେ ସେ କୌରବମାନଙ୍କୁ ନିଜ ବଳ ଦ୍ୱାରା ପରାଜିତ କରିଦେଉଥିଲେ। ଏହି କଥାରେ ରାଗିଯାଇ କୌରବ ଜ୍ୟେଷ୍ଠ ଦୁର୍ଯ୍ୟୋଧନ ତାଙ୍କୁ ଛଳନା କରି ଡାକି ତାଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ସେ ଅଚେତ ହେବା ପରେ ତାଙ୍କ ଶରୀରକୁ ନଦୀରେ ଫିଙ୍ଗି ଦେଇଥିଲେ। ନଦୀରେ ଫିଙ୍ଗିଦେବା ପରେ ତାଙ୍କ ଶରୀରକୁ ନଦୀରେ ଥିବା ସାପମାନେ ଆକ୍ରମଣ କରିଥିଲେ। ସାପଙ୍କ ପ୍ରଭାବରୁ ତାଙ୍କ ଦେହରୁ ବିଷ କମିଯାଇଥିଲା। ଫଳରେ ଅଳ୍ପ ସମୟ ପରେ ସେ ଉଠି ପଡି ସାପମାନଙ୍କୁ ମାରିବାକୁ ଲାଗିଥିଲେ।

ତାଙ୍କର ଏହି ପରାକ୍ରମୀ ଗୁଣ ଦେଖି ନାଗ ଲୋକର ରାଜା ବାସୁକି ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଆରକ୍ୟ ନାଗଙ୍କ ପାଖକୁ ନେବା ପରେ ସେ ତାଙ୍କୁ ଚିହ୍ନି ପାରିଥିଲେ। ଭୀମଙ୍କୁ ସବୁ କଥା ପଚାରି ସବୁ କଥା ଜାଣିପାରି ତାଙ୍କୁ କୁଣ୍ଡର ରସ ପିଇବାକୁ ଉପଦେଶ ଦେଇଥିଲେ। ଏହି ରସରେ ୧୦ ହଜାର ହାତୀର ବଳ ରହିଛି ଜାଣି ଭୀମ ଏହାକୁ ପିଇଦେଇଥିଲେ ଏବଂ ଫେରି ଆସି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଗଲେ।

error: Content is protected !!