ଏହିଦିନ ଆସିବାକୁ ଯାଉଛି ସୁପରହିଟ ଫିଲ୍ମ କେଜିଏଫର ପାର୍ଟ ୨

କେଜିଏଫ ଗୋଟିଏ ସଫଳ ଫିଲ୍ମ ଭାବରେ ବକ୍ସ ଅଫିସରୁ ବେଶ ଅଧିକ କଲେକ୍ସନ କରିପାରିଥିଲା। ଏହା ଏକ ଆକ୍ସନ ଫିଲ୍ମ ହୋଇଥିବା ହେତୁ ଏଥିରେ ତାମିଲ ହିରୋ ୟସ ନିଜର ସାନଦାର ପ୍ରଦର୍ଶନ ଦ୍ୱାରା ଲୋକଙ୍କୁ ମୁଗ୍ଧ କରିପାରିଥିଲେ। ଆକ୍ସନକୁ ବାଦ ଦେଲେ ଏଥିରେ ଥିବା ମାଆ ପୁଅଙ୍କ କାହାଣୀ ମଧ୍ୟ ଲୋକଙ୍କ ମନକୁ ଛୁଇଁ ପାରିଥିଲା। ଏହି ଫିଲ୍ମଟି ପୁରା ଭାରତ ବର୍ଷରେ ଲୋକଙ୍କର ପ୍ରିୟ ହୋଇପାରିଥିଲା। ଏବେ ଏହି ଫିଲ୍ମର ଦ୍ୱିତୀୟ ସଂସ୍କରଣ ଆସିବାକୁ ଯାଉଛି। ଏନେଇ ଏହାର ନିର୍ମାତା ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି।

ଗତ ବୁଧବାର ଦିନ ଏହି ଫିଲ୍ମର ମହୁରତ ହୋଇଥିଲା। ଏହା ଆଗାମୀ ବର୍ଷ ଆସିବ ବୋଲି ଏହାର ଫିଲ୍ମ ନିର୍ମାତା ତରଣ ଆଦର୍ଶ ଜଣାଇଥିଲେ। ଏହି ମହୁରତ ଅବସରରେ ୟସଙ୍କ ସମେତ ଫିଲ୍ମର ଲିଡ଼ ଆକଟ୍ରେସ ଶ୍ରୀନିଧୀ, ଅନନ୍ତ ନାଗ ଏବଂ ଅଚ୍ୟୁତ କୁମାର ଆଦି ଉପସ୍ଥିତ ଥିଲେ। ଏହି ଫିଲ୍ମର ସୁଟିଂ ୧୬ ତାରିଖରୁ ଆରମ୍ଭ ହୋଇଯିବ। ପ୍ରଥମ ଚାପ୍ଟର ପରେ ଏହି ଫିଲ୍ମର କ୍ରେଜ ଲୋକମାନଙ୍କ ପାଖରେ ଖୁବ ଅଧିକ ରହିଛି। ଏହା ବାହୁବଳୀ ଫିଲ୍ମ ଭଳି ଏକ ବଡ଼ ଫିଲ୍ମ ହେବ ବୋଲି ଏହି ଫିଲ୍ମର ଫ୍ୟାନମାନେ ଆଶା ରଖିଛନ୍ତି।

error: Content is protected !!