ବିଷ୍ଣୁଙ୍କ ପାଖରେ ଥିବା ସୁଦର୍ଶନ ଚକ୍ରର ରହସ୍ୟ ବିଷୟରେ ଜାଣନ୍ତି କି?

ବିଷ୍ଣୁ ସର୍ବ ଶକ୍ତିର ଆଧାର। ହିନ୍ଦୁ ପରମ୍ପରା ଅନୁସାରେ ବିଷ୍ଣୁ ହେଉଛନ୍ତି ବିଶ୍ୱର ପାଳନକର୍ତ୍ତା। ଅନେକ ଅବତାର ନେଇ ସେ ଧରା ପୃଷ୍ଠକୁ ଆସି ପାପର ବିନାଶ କରିଥିଲେ। କୃଷ୍ଣ, ଜଗନ୍ନାଥ, ରାମଙ୍କ ପରି ଆହୁରି ଅନେକ ଅବତାର ନେଇ ସେ ପୃଥିବୀରେ ଜନ୍ମ ନେଇଛନ୍ତି। ତେବେ ତାଙ୍କୁ ନେଇ ଅନେକ ରହସ୍ୟ ରହିଥିବା ବେଳେ ସବୁଠାରୁ ବଡ଼ ରହସ୍ୟ ହେଉଛି ତାଙ୍କ ହାତରେ ଥିବା ସୁଦର୍ଶନ ଚକ୍ର। ଏହି ଚକ୍ର ପଛରେ କଣ ରହିଛି ପ୍ରକୃତ ରହସ୍ୟ ଆଜି ଆମେ ଆପଣଙ୍କୁ କହିବୁ। ତେବେ ଆସନ୍ତୁ ଜାଣିବା ଏହା କେଉଁଠାରୁ ଆସିଛି ଏବଂ ଏହା ବିଷ୍ଣୁଙ୍କ ପାଖରେ ରହିବାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ସୁଦର୍ଶନ ଚକ୍ର ପଛରେ ଅନେକ ପୌରାଣିକ ରହସ୍ୟ ରହିଛି। କୁହାଯାଏ ଯେ, ଏକଦା ଭଗବାନ ବିଷ୍ଣୁ କାଶୀ ଯାଇ ମଣିକର୍ଣ୍ଣିକା ଘାଟରେ ସ୍ନାନ କରି ୧୦୦୦ ସ୍ବର୍ଣ୍ଣ ଓ ପଦ୍ମ ଫୁଲରେ ଭଗବାନ ଶିବଙ୍କର ପୂଜା କରିବା ପାଇଁ ସଂକଳ୍ପ କରିଥିଲେ। ଏହା ଜାଣିବା ପରେ ଭଗବାନ ତାଙ୍କର ଭକ୍ତି ପରୀକ୍ଷା କରିବା ପାଇଁ ଗୋଟିଏ ଫୁଲ ସେଠାରୁ କମ କରିଦେଇଥିଲେ। ଯେତେବେଳେ ବିଷ୍ଣୁ ସେଠାରେ ପହଞ୍ଚିଲେ ଫୁଲ ନାହଁ ଜାଣି ବ୍ୟସ୍ତ ହୋଇପଡିଲେ ଏବଂ ଫୁଲ ବଦଳରେ ଶିବଙ୍କୁ ନିଜର ନେତ୍ର ଲାଗି କରେଇବା ପାଇଁ ସ୍ଥିର କରିଲେ। ଏଥିରେ ଶିବ ଆଶ୍ଚର୍ଯ୍ୟ ହୋଇ ବିଷ୍ଣୁଙ୍କ ଭକ୍ତିକୁ ପ୍ରଶଂସା କରିଲେ ଏବଂ ତାଙ୍କୁ ଶ୍ରେଷ୍ଠ ଭକ୍ତ କହିଥିଲେ।

ଶିବ ସନ୍ତୁଷ୍ଟ ହୋଇ ତାଙ୍କୁ ଏହି ସୁଦର୍ଶନ ଚକ୍ର ଦେଇଥିଲେ। ଏହି ସୁଦର୍ଶନ ଚକ୍ରକୁ ମୁକାବିଲା କରିବା ଭଳି ଶକ୍ତି ଆଉ କୌଣସି ଅସ୍ତ୍ରର ରହିବ ନାହିଁ ବୋଲି ମଧ୍ୟ ବର ପ୍ରଦାନ କରିଥିଲେ।

error: Content is protected !!