ଲଘୁଚାପରେ କେଉଁ ୪ଟି ଜିଲ୍ଲା ପାଇଁ ଅଛି ବିପଦ?

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବାଂଲାଦେଶ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହୋଇ ଭୟଙ୍କର ରୂପନେବ । ଏହାର ପ୍ରଭାବ ସିଧା ସଳଖ ଭାବେ ଦକ୍ଷିଣ ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ପଡିବ।

ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଅତ୍ୟଧିକ ବର୍ଷାର ସମ୍ଭାବନା ରହିଛି। ଖାସ କରି ରାଜ୍ୟର ୪ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଥିବା ବେଳେ ଅନ୍ୟ କେତୋଟି ଜିଲ୍ଲାରେ ସାଧାରଣ ବର୍ଷାର ସମ୍ଭାବନା ଅଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି।

ଆଗାମୀ ୨୪ରୁ ୩୬ଘଣ୍ଟା ଭିତରେ ଲଘୁଚାପ କାରଣରୁ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଝାରସୁଗୁଡ଼ାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହି ବର୍ଷା ଆଗାମୀ ଦୁଇ ଦିନ ଅର୍ଥାତ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗି ରହିବ । ଉପକୂଳ ଅଞ୍ଚଳରେ ଘଣ୍ଟାକୁ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ କେନ୍ଦୁଝରରେ ୨୮ମିମି ଓ ଅନୁଗୋଳରେ ସର୍ବନିମ୍ନ ୮ମିମି ବର୍ଷା ରେକର୍ଡ କରାଯାଇଛି।

 

 

error: Content is protected !!