ମହାଭାରତର ଏହି ୫ଟି କଥା ମନେ ରଖନ୍ତୁ, ଜୀବନ ପରିବର୍ତ୍ତନ ହୋଇଯିବ

ଜୀବନ ସମ୍ବନ୍ଧୀୟ ଅନେକ କଥା ମହାଭାରତରେ ଲେଖାଯାଇଛି। ଏହାକୁ ଅନୁସରଣ କଲେ ଜୀବନ ପରିବର୍ତ୍ତନ ହେବ। ତେଣୁ ଏହା ପ୍ରତ୍ୟେକ ମଣିଷଙ୍କୁ ଜାଣିବା ଉଚିତ୍‌। ମହାଭାରତ ଗ୍ରନ୍ଥ ମାଧ୍ୟମରେ ସୁଖୀ ଏବଂ ସଫଳ ଜୀବନର ସୂତ୍ର ଦିଆଯାଇଛି। ଏହା ବ୍ୟତୀତ ଜୀବନର ସଠିକ ମାର୍ଗଦର୍ଶନ ବିଷୟରେ ମଧ୍ୟ କୁହାଯାଇଛି। ତେବେ ମହାଭାରତରେ ବର୍ଣ୍ଣନା କରାଯାଇଥିବା ଏହି ୫ଟି ତଥ୍ୟ ବିଷୟରେ ଯାହା ସର୍ବଦା ସତ ପ୍ରମାଣ ହୋଇଥାଏ।

୧- ମିତ୍ରତା
ମହାଭାରତ ସମୟରେ ଦୁର୍ଯ୍ୟଧନ ଓ କର୍ଣ୍ଣ ପରସ୍ପରଙ୍କ ଘନିଷ୍ଠ ବନ୍ଧୁ ଥିଲେ। କର୍ଣ୍ଣ, ଦୁର୍ଯ୍ୟଧନଙ୍କର ଜଣେ ଏମିତି ମିତ୍ର ଥିଲେ ଯିଏ ସବୁ କଠିନ ପରିସ୍ଥିତିରେ ଦୁର୍ଯ୍ୟଧନଙ୍କ ସାହାର୍ଯ୍ୟ କରୁଥିଲେ। ଉଭୟଙ୍କ ମିତ୍ରତା ଆଜି ମଧ୍ୟ ମନେ ପକାଯାଏ। ଏହି ଯୁଗରେ ମଧ୍ୟ ମିତ୍ରତାର ବହୁ ଉତ୍କୃଷ୍ଟ ଉଦାହରଣ ଦେଖିବାକୁ ମିଳେ। ଏମିତି ମିତ୍ର ଜୀବନରେ ଅର୍ଜୁନ କରିବା ଉଚିତ ।

୨- କର୍ତ୍ତବ୍ୟ ପାଳନ
ମହାଭାରତ ଯୁଦ୍ଧରେ ଅର୍ଜୁନ ନିଜ କର୍ତ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ପାଳନ କରିଥିଲେ। ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ ଓ ତାଙ୍କୁ କର୍ତ୍ତବ୍ୟ ପାଳନ କରିବା ବିଷୟରେ କହିଥିଲେ। ଆଜି ମଧ୍ୟ ଲୋକେ ନିଜର ସବୁ କର୍ତ୍ତବ୍ୟ ପାଳନ୍ତି। ଯିଏ ନିଜ କର୍ତ୍ତବ୍ୟ ପାଳନ ଠିକ ଭାବେ କରିଥାଏ ତାଙ୍କୁ ଭାଗବତ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

୩- ଅଧା ଜ୍ଞାନ କ୍ଷତିକାରକ ହୋଇଥାଏ
ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ପୁତ୍ର ବୀର ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହ ଭେଦ କରିବା ଜ୍ଞାନ ଥିଲା ହେଲେ ଚକ୍ରବ୍ୟୁହରୁ ବାହାରକୁ ବାହାରିବାର ଉପାୟ ତାଙ୍କୁ ଜଣାନଥିଲା। ଏହି କାରଣ ଯୋଗୁଁ ସେ ଯୁଦ୍ଦରେ ପ୍ରାଣ ହରାଇଥିଲେ। ତେବେ ଏମିତି ସ୍ଥିତିରେ କଳିଯୁଗରେ ମଧ୍ୟ ଲୋକେ ସମସ୍ୟାରେ ଫସିଥାନ୍ତି। ଅଧା ସୂଚନା ଥିଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ।

୪- ଲୋଭ କରିବା ଭଲ ନୁହେଁ
ମହାଭାରତ ଯୁଦ୍ଧ ସମୟରେ ମହାରାଜ ଯୁଧିଷ୍ଠିର ଲୋଭ କାରଣରୁ ନିଜ ରାଜ୍ୟ ସହ ନିଜ ଭାଇମାନଙ୍କୁ ମଧ୍ୟ ହରାଇଥିଲେ। ଏଥିପାଇଁ ଯିଏ ଅଧିକ ଲୋଭ କରେ ସେ ସବୁ ପରିସ୍ଥିତିରେ ହଇରାଣ ହୁଏ।

୫- ପ୍ରତିଶୋଧ ଭାବନା ସର୍ବନାଶ କରିଥାଏ
ପ୍ରତିଶୋଧ ଭାବନା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ବିନାଶର ଦ୍ବିତୀୟ ନାଁ ହେଉଛି ପ୍ରତିଶୋଧ।ମହାଭାରତ ଯୁଦ୍ଧ କେବଳ ପ୍ରତିଶୋଧ ଭାବନା ପାଇଁ ହୋଇଥିଲା।

error: Content is protected !!