ମହାଭାରତ ଶିକ୍ଷା: ଯଦି କେବେ ଶତୃ ଆପଣଙ୍କ ଠାରୁ ଅଧିକ ବଳଶାଳୀ ହୁଏ ତେବେ କଣ କରିବେ

ମହାଭାରତରେ ବର୍ଣ୍ଣିତ ଥିବା ଘଟଣା ଆମ ଜୀବନ ଉପରେ ଉତ୍ତମ ପ୍ରଭାବ ପକାଇ ଥାଏ। ମହାଭାରତରେ ଅନେକ ଶକ୍ତିଶାଳୀ ରାଜାମାନଙ୍କ ମଧ୍ୟରେ ମହାରଥୀ ରାଜା ଜରାସନ୍ଧ ଥିଲେ ଅନ୍ୟତମ। ସେ ସମୟରେ ରାଜା ଜରାସନ୍ଧ ଏବଂ ଶ୍ରୀକୃଷ୍ଣ ମଧ୍ୟରେ ବିରାଟବଡ ଯୁଦ୍ଧ ହୋଇଥିଲା, ଯେଉଁ ଯୁଦ୍ଧରେ ଭଗବାନ କୃଷ୍ଣ କୁଟନୀତି କରି ରାଜା ଜରାସନ୍ଧଙ୍କୁ ହରାଇ ଥିଲେ। ଶତୃ ଯେତେ ଶକ୍ତିଶଳୀ ହୋଇଥିଲେ ମଧ୍ୟ ତାହାର କିଛି ନା କିଛି ଦୁର୍ବଳତା ରହିଥାଏ। ସେହି ବିଷୟରେ ଜାଣିବା:

ଜରାସନ୍ଧ ମଗଧର ରାଜା ଥିଲେ। ମହାଭାରତ ଅନୁସାରେ ସେ ଅନେକ ଶକ୍ତିଶାଳୀ ରାଜାମାନଙ୍କୁ ହରାଇ ତାଙ୍କୁ ବନ୍ଦୀ ରଖିଥିଲେ। ଶ୍ରୀମଦ୍ ଭାଗବତ କୁହାଯାଇଥିବା କଥା ଅନୁସାରେ ଥରେ ଶ୍ରୀକୃଷ୍ଣ ଏବଂ ବଳରାମ ମଧ୍ୟ ଜରାସନ୍ଧଙ୍କ ସହ ଯୁଦ୍ଧ ଚାଲିଥିବା ସମୟରେ ଭଗବାନ ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ଦୌଡ଼ୁଥିବାର ଦେଖି ଜରାସନ୍ଧ ହସିବାକୁ ଲାଗିଲା। ହୁହେଁ ଶ୍ରୀକୃଷ୍ଣ ଏବଂ ବଳରାମ ଅନେକ ଦୂର ଯିବା ପରେ ଏକ ଉଚା ପର୍ବତ ଉପରେ ପହଞ୍ଚି ଯାଇଥିଲେ। ସେଠାରେ ବର୍ଷା ହେଲା।

ପାହାଡ଼ରେ ଲୁଚି ଯିବାର ଦେଖି ଜରାସନ୍ଧ ସେହି ପର୍ବତରେ ନିଆଁ ଲଗାଇଦେଇଥିଲା। ନିଆଁ ଦେଖି କୃଷ୍ଣ ଏବଂ ବଳରାମ ପର୍ବତରୁ ସିଧା ତଳକୁ ଡେଇଁ ପଡ଼ିଥିଲେ। ସେହି ସମୟରେ ସୈନ୍ୟମାନେ ତାଙ୍କୁ ଦେଖି ପାରିନଥିଲେ। ରାଜା ଜରାସନ୍ଧ ଦୁଇ ଭାଇ ନିଆଁରେ ଜଳି ଯିବା ଭାବି ନିଜର ବହୁତ ବଡ଼ ସେନାକୁ ଫେରାଇ ମଗଧ ଦେଶରୁ ଫେରାଇ ନେଇଥିଲା। ଏଠାରେ ଭଗବାନ କୃଷ୍ଣଙ୍କୁ କୁଟନୀତିର ଶିକ୍ଷା ମିଳିଲା।

ଯୁଦ୍ଧରେ ପଳାୟନ କରି ଭଗବାନ କୃଷ୍ଣ ଜରାସନ୍ଧଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲେ ଯେ, ସେ ଅତି ଶକ୍ତିଶାଳୀ ବୋଲି । ଭଗବାନ କୃଷ୍ଣ କହିବା ଅନୁସାରେ ଯଦି ଶତୃ ଆପଣଙ୍କ ଠାରୁ ଅଧିକା ବଳଶାଳୀ ହୋଇଥାଏ ତେବେ ନିଜେ ନିଜକୁ ମଜବୁତ କରି ଉଚିତ ବୁଦ୍ଧି ପ୍ରୟୋଗ କରନ୍ତୁ। ଯଦି ପଳାୟନ କରିବାରେ ନିଜର ଫାଇଦା ଅଛି ତେବେ ସେଇଟା କରନ୍ତୁ।

error: Content is protected !!