ମହିଳାମାନେ ନିଜ ସ୍ୱାମୀଙ୍କଠାରୁ ଲୁଚେଇ ରଖନ୍ତି ଏହିସବୁ ସ୍ୱତନ୍ତ୍ର କଥା

ଗୋଟିଏ ଘରକୁ ସଜାଡି ରଖିବାରେ ମହିଳାଙ୍କ ଦାୟିତ୍ୱ ଜଣେ ପୁରୁଷଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ନିଜ ଘରକୁ କିଭଳି ଅଶାନ୍ତିରୁ ବାହାରେ ରଖିବେ ସେ ନେଇ ସବୁ ସମ୍ଭବ ପ୍ରୟାସ କରନ୍ତି ମହିଳାମାନେ। ପାରିବାରିକ ଅଶାନ୍ତି ନ ହେଉ ବୋଲି ଚାହିଁ ମହିଳାମାନେ ସବୁବେଳେ ନିଜ ସ୍ୱାମୀଙ୍କଠାରୁ କିଛି କଥା ଲୁଚାଇଥାଆନ୍ତି। ତେବେ ମହିଳାମାନେ କେଉଁ ସବୁ କଥା ନିଜ ସ୍ୱାମୀଙ୍କଠାରୁ ଗୋପନ ରଖନ୍ତି ଆସନ୍ତୁ ଜାଣିବା।

୧- ନିଜ ପୂର୍ବ ପ୍ରେମ ସମ୍ପର୍କ ବିଷୟରେ ସେ କୌଣସି ଆଲୋଚନା କରନ୍ତି ନାହିଁ। କାରଣ ଏପରି କରିଲେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିବାର ସେ ଆଶଙ୍କା କରନ୍ତି।
୨- ନିଜ ବାପଘରେ ହେଉଥିବା ସମସ୍ୟା ସମ୍ପର୍କରେ ସେମାନେ ନିଜ ସ୍ୱାମୀଙ୍କୁ କୁହନ୍ତି ନାହିଁ।
୩- ନିଜ ଶାରୀରିକ ସମସ୍ୟା ବିଷୟରେ ମହିଳାମାନେ ବେଳେବେଳେ ସ୍ୱାମୀଙ୍କୁ ଜଣାନ୍ତି ନାହିଁ।
୪- ପାରିବାରିକ କଳହ କିମ୍ବା ଅନ୍ୟ କିଛି ଚିନ୍ତା ନ ଦେବା ପାଇଁ ମହିଳାମାନେ ନିଜ ସ୍ୱାମୀଙ୍କଠାରୁ ଏସବୁକୁ ଗୋପନ ରଖନ୍ତି।
୫- ସାଙ୍ଗସାଥି ସ୍ୱାମୀଙ୍କ ବିଷୟରେ କରିଥିବା ଥଟ୍ଟାକୁ ଏମାନେ ନିଜ ସ୍ୱାମୀଙ୍କ ପାଖରେ ଗୋପନ ରଖିଥାନ୍ତି।

error: Content is protected !!