ସ୍ୱାଦିଷ୍ଟ ଖାଦ୍ୟ ଲୋଭରେ ଏହି ଜେଲକୁ ଜାଣିଶୁଣି ଆସୁଛନ୍ତି ଅନେକ ଅପରାଧୀ

ବିଶ୍ୱର ପ୍ରାୟ ସବୁ ଦେଶରେ ଅପରାଧୀମାନଙ୍କୁ ଶାସ୍ତି ଦେବା ପାଇଁ ଜେଲ ରହିଛି। କୌଣସି ଅପରାଧ କରିଲେ ଏହାର ଚୂଡାନ୍ତ ନିଷ୍ପତ୍ତି ନହେବା ଯାଏଁ ଜେଲରେ ବନ୍ଦୀ ହେବା ପାଇଁ ପଡେ। କେହି ଅପରାଧୀ ଜାଣିଶୁଣି ଜେଲ ଭିତରକୁ ଯାଇ ନଥାନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଏକ ଜେଲ ରହିଛି ଯେଉଁଠିକୁ ଅପରାଧୀମାନେ ଜାଣିଶୁଣି ଆସନ୍ତି ଏବଂ ତାହା ବି ଏହାର ସୁସ୍ୱାଦୁ ଖାଦ୍ୟ ଲୋଭରେ। ଏହା କୌଣସି ବିଦେଶରେ ନୁହେଁ ବରଂ ଆମ ଦେଶରେ ହିଁ ହେଉଛି। ଉତ୍ତର ପୂର୍ବ ଦିଲ୍ଲୀର ମଣ୍ଡୋଲି ଜେଲର ଏହା ଘଟଣା। ଏଠାରେ ଅନେକ ଯୁବକ କିଛି ନା କିଛି ଛୋଟମୋଟ ଅପରାଧ କରି ଏଠାକୁ ଆସିଥାନ୍ତି ଆଉ ତାହା ବି ପୁଣି ନିଜ ଇଚ୍ଛାରେ।

ସୂଚନା ଅନୁଯାୟୀ, ଏଠାକୁ ଅନେକ ବେକାରୀ ଯୁବକ ନିଜ ଇଚ୍ଛାରେ ଆସନ୍ତି। ଛୋଟମୋଟ ଚୋରୀ କରି ଏମାନେ ଏଠାକୁ ଆସନ୍ତି। ଏମାନେ ବେଲ ହେଇ ବାହାରକୁ ଯିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ। ଜେଲରେ ରହୁଥିବା ବନ୍ଦୀମାନଙ୍କ କହିବା ଅନୁସାରେ, ଏଠାରେ ବହୁତ ସ୍ୱାଦିଷ୍ଟ ଖାଇବା ମିଳେ ଏବଂ କୌଣସି କାମ କରିବାକୁ ପଡେନାହିଁ। ଏଥିସହିତ ଏଠାରେ ବନ୍ଦୀମାନଙ୍କୁ ମାଡ଼ ମଧ୍ୟ ମରାଯାଏ ନାହିଁ।

ଏହି ଜେଲର ପରିବେଶ ମଧ୍ୟ କୌଣସି ହୋଟେଲଠାରୁ କମ ନୁହେଁ। ତେଣୁ କିଛି ବେକାରୀ ଯୁବକ ଏଠାକୁ ଆସି ରହିବାକୁ ଲାଗିଛନ୍ତି। ଏଠାରେ ସବୁ ଶନିବାର ଓ ରବିବାର ଭଲ ଆମିଷ ତରକାରୀ ମଧ୍ୟ କଏଦୀମାନେ ଖାଆନ୍ତି। ଏହି ବିଷୟକୁ ନେଇ ଏବେ ଏଠାକାର ପୋଲିସ ଏବଂ ପ୍ରଶାସନ ଚିନ୍ତାରେ ରହିଛନ୍ତି।

error: Content is protected !!