ଚକୋଲେଟ୍‌ ଖାଇଲେ ମିଳିବ ମନପସନ୍ଦ ଜିନିଷ, ଜାଣନ୍ତୁ ଏହିକଥା ପଛରେ ଥିବା ରହସ୍ୟ

ଭଲ ଚାକିରୀ କରିବାକୁ ହେଲେ ଭଲ ପାଠ ପଢିବା ପାଇଁ ପଡିଥାଏ। ଏଥିପାଇଁ ନିଜର ପ୍ରତିଭା ଏବଂ ପରିଶ୍ରମର ଆବଶ୍ୟକତା ରହିଛି। ଏହି କାରଣ ଯୋଗୁଁ ଆଜିକାଲି ଅନେକ ଯୁବକ ଯୁବତୀ ଚାକିରୀ ନ ପାଇ ବେକାର ହୋଇ ବୁଲୁଛନ୍ତି। ହେଲେ ଏପରି ଏକ ସ୍ଥାନ ଅଛି ଯେଉଁଠି କେବଳ ଚକଲେଟ ଯୋଗୁଁ ହିଁ ଚାକିରୀ ମିଳିପାରିଥାଏ। ମଣ୍ଡେଲେଜ ନାମକ ଏକ କମ୍ପାନୀରେ ଏପରି ବ୍ୟବସ୍ଥା ରହିଛି। ଚକଲେଟ ଖାଇ ପାରୁଥିବା ଲୋକମାନେ ହିଁ ଏହି ବଡ଼ କମ୍ପାନୀରେ କାମ କରିବାକୁ ସକ୍ଷମ ହୋଇପାରନ୍ତି।

ପ୍ରକୃତରେ ଏହି କମ୍ପାନୀ ଏକ ଚକଲେଟ ଉତ୍ପାଦନକାରୀ କମ୍ପାନୀ ଅଟେ। ଏଠାରେ ବିଭିନ୍ନ ସମୟରେ ନିଜ ଉତ୍ପାଦକୁ ପରଖିବା ପାଇଁ ପଡେ। ଏଣୁ ଏହି କମ୍ପାନୀ ଚକଲେଟ ଟେଷ୍ଟର ଭାବରେ କିଛି ଲୋକଙ୍କୁ ନିଯୁକ୍ତି ଦେଇଥାଏ। ଏହି ପଦ ପାଇଁ ବ୍ୟକ୍ତିଙ୍କୁ ଚକଲେଟ ଖାଇବାକୁ ଦେଇ ଏହାର ସ୍ୱାଦ ବିଷୟରେ ପରାମର୍ଶ ମଗାଯାଇଥାଏ। ପରାମର୍ଶ ଯଦି କମ୍ପାନୀର ମନକୁ ପାଇଥାଏ ତେବେ ସେହି ବ୍ୟକ୍ତି ଏହି କମ୍ପାନୀରେ ଭଲ ଦରମା ସହ ନିଯୁକ୍ତ ହୋଇପାରନ୍ତି।

ଏହା ଯେତେ ସହଜ ଲାଗୁଛି ସେତିକି ସହଜ ହୋଇନଥାଏ। ଦିନର ବିଭିନ୍ନ ଚକଲେଟ ଟେଷ୍ଟ କରି ଏହାର ମାନ ସମ୍ପର୍କରେ ଅବଗତ କରାଇବାକୁ ପଡିଥାଏ। ତେବେ ଚକଲେଟ ଖାଇବାକୁ ସଭିଏଁ ପସନ୍ଦ କରୁଥିବା ହେତୁ ଏହି ଚାକିରୀ ପ୍ରତି ଖୁବ ଅଧିକ ଆଶାୟୀ ରହିଥିବା ଲକ୍ଷ୍ୟ କରାଯାଏ।

error: Content is protected !!