ସୋମବାର ପ୍ରକାଶ ପାଇବ ଆଇପିଏଲ ମ୍ୟାଚର ସମ୍ପୂର୍ଣ୍ଣ ତାଲିକା

ଦେଶର ସବୁଠାରୁ ଅଧିକ ଲୋକପ୍ରିୟ କ୍ରିକେଟ ସିରିଜ ଆଇପିଏଲ ଆସନ୍ତା ୨୩ତାରିଖରେ ଆରମ୍ଭ ହେବାକୁ ଯାଉଛି। ବିସିସିଆଇ ପକ୍ଷରୁ କେବଳ ପ୍ରଥମ ଦିନର କାର୍ଯ୍ୟସୂଚି ପ୍ରକାଶ ପାଇବା ବେଳେ କେଉଁ ଦିନ କେଉଁ ମ୍ୟାଚ ଖେଳାଯିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସୂଚନା ମିଳିପାରି ନାହିଁ। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହା କରାଯାଇଛି। ତାରିଖ ଘୋଷଣା ନେଇ ଦ୍ଵନ୍ଦ ରହିଥିବା ହେତୁ ଆଇପିଏଲ କାର୍ଯ୍ୟସୂଚି ନିର୍ଦ୍ଧାରିତ କରାଯାଇ ନଥିଲା। ୧୮ ମାର୍ଚ୍ଚ ସୋମବାର ଦିନ ସିଇଓ କମିଟି ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ।

ଏଥିରେ ଏହି କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମିଳିଛି। ତେବେ ଏପ୍ରିଲ ୫ ପର୍ଯ୍ୟନ୍ତ ଦୈନିକ ୩ରୁ୪ ଟି ମ୍ୟାଚ ଖେଳାଯାଇ ପାରେ ବୋଲି ଜଣାପଡିଛି। ପ୍ରତିଟି ଆଇପିଏଲ ଟିମର କ୍ୟାପଟେନ ଏହି ବୈଠକରେ ଉପସ୍ଥିତ ରହିବେ।

error: Content is protected !!