ବାହାଘର ପାଇଁ ୨୫ ଲକ୍ଷ ଟଙ୍କା ବିନା ସୁଧରେ ମିଳିବ, ୩ଟି ସନ୍ତାନ ଜନ୍ମ ହେଲେ ମିଳିବ ଲୋନ

ବିଶ୍ୱରେ ଅନେକ ଦେଶ ରହିଛି ଯେଉଁଠି ଜନସଂଖ୍ୟା ବୃଦ୍ଧି ଏକ ବଡ କାରଣ। ଏହି ଦେଶ ତାଲିକାରେ ଭାରତ ଏବଂ ଚୀନ ଆଗରେ ରହିଛି। ଏମିତି ପରିସ୍ଥିତରେ ବିଶ୍ୱରେ କିଛି ଦେଶ ଯେଉଁଠି ଜନସଂଖ୍ୟା କମିବା ଏକ ବଡ ଚିନ୍ତାର ବିଷୟ। ୟୁରୋପୀୟର ହଙ୍ଗେରୀ ଏମିତି ଏକ ଦେଶ ଯେଉଁଠି ଅଧିକ ସନ୍ତାନ ଜନ୍ମ କଲେ ଲୋକଙ୍କୁ ଅନେକ ସୁବିଧା ସରକାରଙ୍କ ତରଫରୁ ମିଳୁଛି। ଜାଣିବା ହଙ୍ଗେରୀ ସରକାର ଜନସଂଖ୍ୟା ବୃଦ୍ଧି କରିବା ପାଇଁ କଣ କଣ ସୁବିଧା କରିଛନ୍ତି।

ହଙ୍ଗେରୀର ପ୍ରଧାନମନ୍ତ୍ରୀ ୭ଟି ଉପାୟ ଘୋଷଣା କରିଛନ୍ତି । ଯଦି କୌଣସି ମହିଳା ୪ଟି ସନ୍ତାନ ଜନ୍ମ କରୁଛନ୍ତି ତାଙ୍କୁ ସାରା ଜୀବନ ଆୟକର ଦେବାକୁ ପଡିବ ନାହିଁ। ଗାଡି କିଣିବାକୁ ସବସିଡି ମିଳିବ । ସୂଚନା ଅନୁସାରେ ହଙ୍ଗେରୀର ଜନସଂଖ୍ୟାରେ ପ୍ରତିବର୍ଷ ୩୨ ହଜାର ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ହଙ୍ଗେରୀର ଭବିଷ୍ୟତ ସୁଧାରିବା ପାଇଁ ପ୍ରଥମ କରି ବିବାହ କରିଥିବା ଦମ୍ପତିଙ୍କୁ ପାଖାପାଖି ୨୬ ଲକ୍ଷ ଟଙ୍କାର ଲୋନ ବିନା ସୁଧରେ ସରକାର ଦେଉଛନ୍ତି।

ଏହାସହିତ ଯଦି ଦମ୍ପତିଙ୍କ ୩ଟି ସନ୍ତାନ ହେବ ତେବେ ସେହି ୨୬ ଲକ୍ଷ ଟଙ୍କାର ଲୋନ ସଂପୂର୍ଣ୍ଣ ରୂପେ ଛାଡ କରିଦିଆଯିବ। ଆଗାମୀ ସମୟରେ ସରକାର ଏହି ଯୋଜନାରେ ଘର ଉପରେ ସବସିଡି ପ୍ରଦାନ କରିବେ ।

error: Content is protected !!