ମଶାବତୀ ଧୂଆଁ ଆମ ଶରୀର ପାଇଁ କେତେ କ୍ଷତିକାରକ ଆସନ୍ତୁ ଜାଣିବା

ମଶା କାମୁଡିବା ଦ୍ୱାରା ଆମକୁ ମ୍ୟାଲେରିଆ, ଡେଙ୍ଗୁ ଭଳି ଅନେକ ବଡ଼ ରୋଗ ହୋଇଥାଏ। ଏଣୁ ଏଥିରୁ ରକ୍ଷା ପାଇବା ଲାଗି ଆମେ ସାଧାରଣତଃ ମଶାମାରିବା ଉପକରଣ ସବୁ ବ୍ୟବହାର କରୁ। ଶସ୍ତା ହୋଇଥିବା ହେତୁ ଆମେ ମଶାଧୂପ କିଣି ଏହାକୁ ଆମ ଶୋଇବା ଘରେ ଜାଳି ଶୋଇଥାଉ। ଏଥିରେ ମଶା ମରିଯାନ୍ତି ସତ କିନ୍ତୁ ଏହାଦ୍ୱାରା ଆମକୁ ଅନେକ କ୍ଷତି ହୋଇଥାଏ। ଗୋଟିଏ ମଶାବତୀର ଧୂଆଁ ୫୦ ଖଣ୍ଡ ସିଗାରେଟଠାରୁ ମଧ୍ୟ ଅଧିକ କ୍ଷତିକାରକ ହୋଇଥାଏ। ଏହି କ୍ଷତିଗୁଡିକ ବିଷୟରେ ଆଜି ଆସନ୍ତୁ ଜାଣିବା।

୧- ଏହାକୁ ଲଗାଇବା ଦ୍ୱାରା ଶ୍ଵାସ ଜନିତ ସମସ୍ୟା ଦେଖାଦିଏ। ନିଶ୍ୱାସ ପ୍ରଶ୍ଵାସରେ ଅସୁବିଧା ହେବା ସହ ଆହୁରି ଅନେକ ସମସ୍ୟା ଯେପରି ଛାତି କାଟିବା ଏବଂ ଫୁସଫୁସ ନଷ୍ଟ ହେବା ଭଳି ସମସ୍ୟା ହୁଏ।
୨- ମଶାବତୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ଶୀଘ୍ର ଆଜମା ରୋଗରେ ପୀଡିତ ହୁଅନ୍ତି।
୩- ଏହା ଆମ ଚର୍ମ ଏବଂ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଏଥିରୁ ବାହାରୁଥିବା ଧୂଆଁ ଆମ ଚର୍ମ ଏବଂ ଆଖିକୁ ନଷ୍ଟ କରିଦେଇପାରେ।
୪- ବୟସ ଆଗରୁ କେଶ ପାଚିବାରେ ମଧ୍ୟ ମଶାବତୀ ଅନୁରୂପ ଦାୟୀ ଅଟେ। ଏହା ବ୍ୟତୀତ କେଶ ଝଡ଼ିବା ଏବଂ କେଶ ପତଳା ହେଇଯିବା ମଧ୍ୟ ଏହି କାରଣରୁ ହୋଇଥାଏ।

error: Content is protected !!