କୋହଲା ପାଗରେ ଚଟପଟା ଖାଇବା – ମୁଗଡ଼ାଲି ପକୁଡି

ମୁଗଡ଼ାଲି ପକୁଡି ପ୍ରସ୍ତୁତିର ସାମଗ୍ରୀ:
ମୁଗଡାଲି: ଗୋଟିଏ କପ୍, ପିଆଜ: ଗୋଟିଏ, ଅଦା: ୧ ଟୁକଡ଼ା, ଧନିଆ ପତ୍ର ବଟା: ୧ ଚାମଚ, ଧନିଆ: ୧, ଆଳୁ: ୧ କପ, ହେଙ୍ଗୁ: ଛୋଟ ଚୁଟକି, ଲୁଣ: ସ୍ବାଦଅନୁଯାୟୀ, ନାଲି ଲଙ୍ଗା ଗୁଣ୍ଡ: ୧/୨ ଚାମଚ, କଞ୍ଚା ଲଙ୍କା: ୩-୪ ଖଣ୍ଡ, ତେଲ: ପକୁଡିକୁ ଛାଣିବା ପାଇଁ

ଜାଣିବା ପ୍ରସ୍ତୁତି ପ୍ରଣାଳୀ:

  • ମୁଗ ଡ଼ାଲିକୁ ଗୋଟିଏ ରାତି ପୂର୍ବରୁ ପାଣିରେ ଭିଜାଇ ରଖନ୍ତୁ। ଭଲ ଭାବରେ ବତୁରି ଗଲା ପରେ ଏହାକୁ ଚୋପା ଛଡ଼ାଇ ବିନା ପାଣିରେ ଦରଦରା କରି ବାଟନ୍ତୁ।
  • ବଟା ହୋଇଥିବା ଡାଲିରେ ଆଳୁକୁ ଖଣ୍ଡ ଖଣ୍ଡ କରି ପକାଇ ଦିଅନ୍ତୁ । ଏହାସହିତ କଞ୍ଚା ପିଆଜ ଏବଂ କଞ୍ଚା ଲଙ୍କା କାଟି ପକାନ୍ତୁ।
  • ଧନିଆ ପାଉଡ଼ର, ସ୍ୱାଦ ଅନୁସାରେ ଲୁଣ, ଅଦା, ହେଙ୍ଗୁ ଏବଂ ଧନିଆ ପତ୍ରକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • କଡ଼େଇରେ ତେଲ ଗରମ କରି ଗୋଲ ଗୋଲ କରି ଛାଣନ୍ତୁ।
  • ହାଲୁକା ବାଦାମି ରଙ୍ଗ ହେଲା ପରେ ପ୍ଲେଟରେ ପରୋଷି ଦିଅନ୍ତୁ।
error: Content is protected !!