ଓଡ଼ିଶାର ଆଉ ଏକ ସୁନ୍ଦର ପିକନିକ ସ୍ପଟ: ମୃଗା ମହାଦେବ

ନୂଆ ବର୍ଷରେ ନୂଆ ସ୍ଥାନ ବୁଲି ନୂଆ ଅନୁଭୂତି ସଂଗ୍ରହ କରିବା କ୍ଷେତ୍ରରେ ଏବେ ସମସ୍ତେ ଚଳଚଞ୍ଚଳ। ଲୋକେ ଏବେ ଖୋଜି ଖୋଜି ଭିନ୍ନ ଭିନ୍ନ ସ୍ଥାନକୁ ଯିବାପାଇଁ ଇଚ୍ଛା କରୁଛନ୍ତି। ନିଜ ପରିବାର ଏବଂ ସାଙ୍ଗସାଥୀଙ୍କ ମେଳରେ ମଜା ମଜଲିସ କରିବାକୁ ଅନେକ ପର୍ଯ୍ୟଟନ ସ୍ଥାନକୁ ଲୋକମାନେ ବାଛନ୍ତି ଏବଂ ସେଠାକୁ ଯାଇ ମନୋରଞ୍ଜନ ସହ ନିଜର ପିକନିକ ମନାନ୍ତି। ଆଜି ଆମେ ଆପଣଙ୍କୁ ଗୋଟିଏ ଭଲ ଜାଗାର ବିଷୟରେ କହିବୁ ଯାହା ଖୁବ ସୁନ୍ଦର ଏବଂ ବଣ ଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ।

ଏହି ଜାଗାର ନାମ ହେଉଛି ମୃଗା ମହାଦେବ। ଏହି ଜାଗାଟି କେଉଁଝର ଜିଲ୍ଲାରେ ଅବସ୍ଥିତ। ୨୦ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝରରୁ ରାଇଁସୁଆଁ, ପଦ୍ମପୁର, ଝୁରା, ରିମୁଳି ଦେଇ ବିଲେଇପଦା ଅତିକ୍ରମ କରିଗଲେ ପଡିବ ଏହି ସ୍ଥାନ। ବିଲେଇପଦାରୁ ମୃଗା ମହାଦେବ ହେଉଛି ମାତ୍ର ୭ କିଲୋମିଟର। ଏହି ସ୍ଥାନକୁ ଯିବାପାଇଁ ଜଙ୍ଗଲ ରାସ୍ତା ଦେଇ ଆପଣଙ୍କୁ ଯିବାପାଇଁ ପଡିବ।

ଏହି ସ୍ଥାନରେ ମହାଦେବ ପୂଜା ପାଆନ୍ତି। ମହାଦେବଙ୍କ ମନ୍ଦିର ବ୍ୟତୀତ ଏଠାରେ ପ୍ରାକୃତିକ ଝରଣା ଏବଂ ପାହାଡ଼ର ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ। ଏଠାରେ ଗାଧୋଇବା ପାଇଁ ସମସ୍ତ ସୁବିଧା ରହିଛି ରହ ସହ ସେଲ୍ଫି ଜୋନ ମଧ୍ୟ କରାଯାଇଛି ଯାହା ଫଳରେ ଲୋକେ ସୁରକ୍ଷିତ ଫୋଟୋ ଉଠାଇପାରିବେ। ଏଠାରେ ବଣ ଭୋଜି କରିବାର ଯଥେଷ୍ଟ ସୁବିଧା ରହିଛି। ବର୍ଷର ପ୍ରାୟ ସବୁବେଳେ ଏଠାକୁ ଦେଶ ବିଦେଶରୁ ଅନେକ ଲୋକ ଆସିଥାନ୍ତି। ଏହାର ଜଳପ୍ରପାତ ହେଉଛି ଏଠାକାର ମୁଖ୍ୟ ଆକର୍ଷଣ।

ଏହାର ନାମକରଣ ପଛର କାରଣ ହେଉଛି, ଏହି ପାହାଡ଼ ଏବଂ ଝରଣା ଯେଉଁ ଜଙ୍ଗଲରେ ଅବସ୍ଥିତ ତାହା ଆଗରୁ ମୃଗା ଗଛ ଦ୍ୱାରା ପରିପୂର୍ଣ୍ଣ ଥିଲା। ଏହା ସହ ପାଖ ଗାଁର ନାଁ ମଧ୍ୟ ଏହା ହିଁ ରହିଥିଲା। ଏହିସବୁ କାରଣରୁ ଏହାର ନାମକରଣ ଏପରି କରାଯାଇଛି। କେବଳ ଶୀତଋତୁରେ ପିକନିକ ପାଇଁ ନୁହେଁ ବରଂ ବର୍ଷର ଅନ୍ୟ ପର୍ବମାନଙ୍କରେ ବି ଏଠାରେ ଜନ ଗହଳି ଦେଖିବାକୁ ମିଳେ।

error: Content is protected !!