ନିମ୍ବର ବୈଜ୍ଞାନିକ ଓ ଧାର୍ମିକ ମହତ୍ତ୍ଵ ଜାଣିଲେ ଆଜି ବ୍ୟବହାର କରିବେ?

ବୈଜ୍ଞାନିକମାନଙ୍କ ମତରେ ନିମ୍ବଗଛରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ। ଲୋକମାନେ ନିମ୍ବ ଗଛର ପତ୍ର ଓ ଫୁଲକୁ ବିଭିନ୍ନ କାମରେ ବ୍ୟବହାର କରିଥାନ୍ତି। କାରଣ ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକ ସଂକ୍ରାମକ ରୋଗରୁ ଦୂର ହୋଇଥାଏ। ଜାଣିବା ଏହାର ଧାର୍ମିକ ମହତ୍ତ୍ଵ କ’ଣ ରହିଛି?

ନିମ୍ବ ଗଛର ଧାର୍ମିକ ମହତ୍ତ୍ୱ:
ଦେବୀଶକ୍ତିର ଉପାସନା ପାଇଁ ନିମ୍ବଗଛର ବହୁତ ପ୍ରୟୋଗ କରାଯାଇଥାଏ ।
ନିମ୍ବ ପତ୍ରରେ ମା’ କାଳୀଙ୍କୁ ପୂଜା କରାଯାଏ ।
ଜ୍ୟୋତିଷ ଶାସ୍ତ୍ରରେ ନିମ୍ବଗଛର ସମ୍ବନ୍ଧ ଶନିଦେବଙ୍କ ସହ ରହିଛି ।

ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ନିମ୍ବଗଛର କାଠରେ ହୋମ କରିବା ଜରୁରୀ ଅଟେ ।
ନିମ୍ବ ପତ୍ରକୁ ଫୁଟାଇ ଗାଧୋଇଲେ କେତୁ ଗ୍ରହ ଦ୍ୱାରା ଉପୁଜୁଥିବା ସମସ୍ୟାରୁ ମୁକ୍ତି ମିଳେ ।
ନିମ୍ବ ଡ଼ାଳରୁ ପ୍ରସ୍ତୁତ ଯନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।
ନିମ୍ବଗଛର ବିଶେଷ ପ୍ରୟୋଗ:
ନିମ୍ବଗଛ ଏପରି ସ୍ଥାନରେ ଲଗାନ୍ତୁ ଯେପରି ନିମ୍ବଗଛର ପବନ ଘରର ସବୁ ସ୍ଥାନରେ ପହଞ୍ଚି ପାରିବ ।
ଘରର ବଗିଚା ମଧ୍ୟରେ ନିମ୍ବଗଛ ରହିବା ଅତ୍ୟନ୍ତ ଶୁଭ ଅଟେ ।
ନିମ୍ବ ତେଲ ଓ ଛାଲ କୁଷ୍ଠରୋଗରୁ ରକ୍ଷା କରିଥାଏ ।
ନିମ୍ବ ପତ୍ର ଘରର ମୁଖ୍ୟ ଦ୍ୱାରରେ ଲଗାଇଲେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ ।

error: Content is protected !!