ଏପରି ଥିଲା ନିତା ଆଉ ମୁକେଶ ଅମ୍ବାନୀଙ୍କ ପ୍ରେମକାହାଣୀ

ଦେଶର ସବୁଠାରୁ ଧନୀ ଭାବରେ ପରିଚିତ ତଥା ରିଲିଆନ୍ସ ଜିଓର ମାଲିକ ମୁକେଶ ଅମ୍ବାନୀ ଜଣେ ସଫଳ ବ୍ୟକ୍ତି। ନିଜ ବ୍ୟବସାୟରେ ଖୁବ ସଫଳତା ଅର୍ଜନ କରି ନିଜର ଏବଂ ନିଜ ଦେଶର ନାଁକୁ ସେ ବିଶ୍ଵରେ ପରିଚିତ କରାଇପାରିଛନ୍ତି। ତେବେ ମୁକେଶ ବ୍ୟବସାୟ କ୍ଷେତ୍ରରେ ଯେତିକି ସଫଳ ନିଜ ପ୍ରେମ ଜୀବନରେ ମଧ୍ୟ ସେତିକି ସଫଳ। ଏତେ ଧନୀ ହେବା ପରେ ମଧ୍ୟ ତାଙ୍କ ପ୍ରେମ ପାଇଁ ତାଙ୍କୁ କିଛି ପରୀକ୍ଷା ଦେବାକୁ ପଡିଥିଲା। ଯେଉଁଥିରେ ସେ ସଫଳ ମଧ୍ୟ ହୋଇଥିଲେ। ନିତା ଏବଂ ମୁକେଶଙ୍କ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ ନୁହେଁ।

ପ୍ରଥମ ଥର ପାଇଁ ମୁକେଶ ନିତାଙ୍କୁ ଗୋଟିଏ ଡ୍ୟାନ୍ସ ଶୋରେ ଭାରତ ନାଟ୍ୟମ ନାଚୁଥିବା ଦେଖିଥିଲେ। ଏହାପରେ ସେ ତାଙ୍କ ପ୍ରେମରେ ପଡିଯାଇଥିଲେ। ଯେମିତି ସେମିତି ନିତାଙ୍କ ଘର ଲ୍ୟାଣ୍ଡଲାଇନ ନମ୍ବର ପାଇ ତାଙ୍କୁ କଲ କରି ନିଜର ପରିଚୟ ଦେଇଥିଲେ। ହେଲେ ନିତା ମୁକେଶଙ୍କ ଫୋନକୁ ବାରମ୍ବାର କାଟି ଦେଉଥିଲେ। ଏହାପରେ ମୁକେଶ ନିତାଙ୍କୁ କଲେଜ ଯିବା ରାସ୍ତାରେ ଅପେକ୍ଷା କରୁଥିଲେ।

ସବୁବେଳେ ଦାମୀ ଗାଡ଼ିରେ ଆସୁଥିବା ମୁକେଶଙ୍କ ପ୍ରେମ ପରୀକ୍ଷା ନେବା ଲାଗି ନିତା ଦିନେ ତାଙ୍କୁ ବସରେ ଆସିବାକୁ କହିଲେ। ଏହା ଶୁଣି ସେ ସେହି ଦିନ ହିଁ ବସରେ ବସି ତାଙ୍କ ସହ ଆସିଥିଲେ। ଏହି କଥାରେ ଇଂପ୍ରେସ ହୋଇ ନିତା ମୁକେଶଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ଏବଂ କିଛି ଦିନ ପରେ ଉଭୟଙ୍କ ପ୍ରେମ ବିବାହର ରୂପ ନେଇଥିଲା।

error: Content is protected !!