ଏମିତି କିଛି ଦାନରେ ରହିଛି ଖରାପ ପ୍ରଭାବ

ଦାନକୁ ଆମ ଧର୍ମରେ ସର୍ବଶ୍ରେଷ୍ଟ କ୍ରମ ବୋଲି ମାନାଯାଏ । ଦାନ କଲେ ପୂଣ୍ୟ ହୁଏ ବୋଲି ପୁରାଣରେ ଲେଖା ଯାଇଛି । ଅନେକ ଲୋକ ଏହାକୁ ମାନି ଚାଲନ୍ତି । କିନ୍ତୁ ଏମିତି କିଛି ଦାନ ରହିଛି ଯାହାକୁ ଦାନ କରିବା ଫଳରେ ଆମର ପୂଣ୍ୟ ବଦଳରେ ପାପ ହୋଇଥାଏ ।

କେବେ ଭୁଲରେ ଦାନରେ କୌଣସି ପ୍ଲାଷ୍ଟିକ୍‌ ଜିନିଷ କିମ୍ବା ଷ୍ଟିଲ୍‌ ବାସନ ହେବା ଉଚିତ ନୁହେଁ । କାରଣ ଏହା ଦାରିଦ୍ର୍ୟତା ବଢାଏ । ଏହା ବଦଳରେ ପିତ୍ତଳ ବାସନ ଦାନ କଲେ ପୂଣ୍ୟ ମିଳେ । ଲୋକମାନେ ବସ୍ତ୍ର ଗରିବ ଲୋକକୁ ଦାନ କରନ୍ତି । ମନେ ରଖିବେ ପୁରୁଣା ବସ୍ତ୍ର ଦାନ କଲେ ଜୀବନ ଉପରେ ଖରାପ ପ୍ରଭାବ ପଡେ ତେଣୁ ସବୁବେଳେ ନୂଆ ବସ୍ତ୍ର ଦାନ କରିବା ଉଚିତ।

କାରଣ ଦାନଧର୍ମରେ ସବୁବେଳେ ମନ ଭିତରେ ସ୍ନେହ ରହିବା ଆବଶ୍ୟକ । ଦାନ କରି ଗର୍ବକଲେ କୌଣସି ଫଳ ମିଳେନାହିଁ।

Loading...
error: Content is protected !!