ଭୁଲରେ ବି ଏହିସବୁ ଜିନିଷକୁ ଗୋଡ଼ରେ ଲଗାନ୍ତୁ ନାହିଁ, ହେଇପାରେ ଅନିଷ୍ଟ

ଗୋଡ଼ ଆମ ଶରୀରର ସବୁଠାରୁ ନିମ୍ନରେ ରହିଥାଏ। ସବୁବେଳେ ଗୋଡ଼କୁ ଆମେ ସଂଯତ କରି ରଖୁ କାରଣ ଏହା ଯଦି କୌଣସି ପବିତ୍ର ଜାଗାରେ ଲାଗିଯାଏ ତେବେ ଆମକୁ ପାପ ଲାଗିଥାଏ। ବେଳେବେଳେ ଆମେ ଚାଲିବା ସମୟରେ ଆମ ଗୋଡ଼ କିଛି ଜାଗାରେ ପଡ଼ିଯାଏ ଯାହା ଶାସ୍ତ୍ର ଅନୁସାରେ ଭୁଲ ହୋଇଥାଏ। ଏହା ଆମକୁ ପାପର ଭାଗିଦାର ମଧ୍ୟ କରେଇଥାଏ। ତେବେ ଆସନ୍ତୁ ଜାଣିବା କଣ ସେହିସବୁ ଜିନିଷ ଯାହାକୁ ଜାଣତ କିମ୍ବା ଅଜାଣତରେ ଗୋଡ଼ ବାଜିଲେ ଆମର ପାପ ହୁଏ।

୧- ନିଆଁ- ନିଆଁକୁ କେହି ସ୍ପର୍ଶ କରିପାରନ୍ତି ନାହିଁ। ତେବେ ନିଆଁ ଆଡ଼କୁ ଗୋଡ଼ ବଢାଇଲେ କିମ୍ବା ନିଆଁ ଚିତ୍ରକୁ ଗୋଡ଼ରେ ସ୍ପର୍ଶ କରିଲେ ଏହା ପାପ ହୋଇଥାଏ। କାରଣ ନିଆଁ ସର୍ବ ଶକ୍ତିର ଆଧାର ହୋଇଥାଏ।ଏହା ଅଗ୍ନି ଦେବତା ରୂପେ ମଧ୍ୟ ପୂଜା ପାଆନ୍ତି।

୨- ଜଳ- ଜଳ ହିଁ ଜୀବନ। ଅନ୍ୟ ଅର୍ଥରେ କହିବାକୁ ଗଲେ ଜଳରେ ଗଙ୍ଗା ଦେବୀ ବିରାଜମାନ କରନ୍ତି। ତେଣୁ ଜଳକୁ ଜାଣିଶୁଣି ଗୋଇଠା ମାରିବା ପାପ ହୋଇଥାଏ।

୩- ଗାଈ- ଗାଈଙ୍କ ହିନ୍ଦୁ ଧର୍ମର ମାତା ବୋଲି କୁହାଯାଏ। ଗୋମାତାଙ୍କ ଦେହରେ ଗୋଡ଼ ବାଜିଲେ ମଧ୍ୟ ପାପ ହୋଇଥାଏ। ତେଣୁ ଗାଈ ହେଉ କିମ୍ବା ବାଛୁରୀ କାହାରିଠାରେ ଗୋଡ଼ ବଜାଇବା ପାପ ହୋଇଥାଏ।

୪- ଛୋଟ ଛୁଆ- କୁହାଯାଏ ଯେଉଁ ପର୍ଯ୍ୟନ୍ତ ଆମ ବୁଦ୍ଧି ପରିପକ୍ୱ ନ ହୋଇଯାଏ ସେତେବେଳ ପର୍ଯ୍ୟନ୍ତ ଆମ ଶରୀରରେ ବିଷ୍ଣୁ ରହିଥାନ୍ତି। ତେବେ ଛୋଟ ପିଲାଙ୍କ ଦେହରେ ବିଷ୍ଣୁ ରହୁଥିବା ହେତୁ ତାଙ୍କୁ ଗୋଡ଼ ବାଜିଲେ ଏହା ପାପ ହୋଇଥାଏ।

୫- ଭାତ ହାଣ୍ଡି- ଏହାର ଅପମାନ ମାଆ ଲକ୍ଷ୍ମୀଙ୍କ ଅପମାନ ସଙ୍ଗେ ସମାନ। ଏହାକୁ ଅସମ୍ମାନ କରିଥିବା ବ୍ୟକ୍ତିଙ୍କ ଆର୍ଥିକ ପରିସ୍ଥିତି ଖରାପ ହୋଇଥାଏ। ତେଣୁ ଏହାକୁ ଗୋଡ଼ ମାରିବା ମଧ୍ୟ ପାପ ।

error: Content is protected !!