ଭବିଷ୍ୟତରେ କୌଣସି ଅସୁବିଧା ନହେବା ପାଇଁ ନୂଆ ଗାଡିର ଏପରି କରନ୍ତୁ ପୂଜା

ଜ୍ୟୋତିଷଶାସ୍ତ୍ର ଅନୁସାରେ ନୂଆ ବାହନ କିଣିବା ପରେ ତାହାର ପୂଜା କରାଇବା ନିହାତି ଆବଶ୍ୟକ। ଏହା ଦ୍ବାରା ଭବିଷ୍ୟତରେ ବାହନ ଜନିତ ଅସୁବିଧା ତଥା ଦୁର୍ଘଟଣାର ସମ୍ଭାବନା କମି ଯାଇଥାଏ। ଏଥିପାଇଁ ଗାଡି ପୂଜା ସମୟରେ ଉଚିତ୍ ବିଧି ଅନୁସରଣ କରିବା ଆବଶ୍ୟକ। ଆଜି ଏହି ବିଷୟରେ ଜାଣିବା:

ଗାଡି କିଣିବା ପରେ ପ୍ରଥମେ ଏଥିରେ ଆମ୍ବ ପତ୍ର ଜରିଆରେ ଗଙ୍ଗାପାଣି ଛିଞ୍ଚନ୍ତୁ। ଏହାପରେ ଗାଡି ସାମ୍ମାରେ ଏକ ସ୍ବସ୍ତିକ ଚିହ୍ନ କରନ୍ତୁ, ଯାହାଦ୍ୱାରା ଗାଡିର ଚର୍ତୁପାର୍ଶ୍ବରେ ସକାରତ୍ମକ ଉର୍ଜା ଜାତ ହେବ। ଏହାସହିତ ଗାଡିରେ ପବିତ୍ର ନାଲି ସୂତ୍ର ବାନ୍ଧି ଦିଅନ୍ତୁ। ଗାଡିରେ ଏକ ଫୁଲ ମାଳ ଚଢ଼ାଇ ପୂଜା କରିବା ଉଚିତ। ଏହାପରେ କର୍ପୁର ଆଳତୀ କରନ୍ତୁ। ପ୍ରସାଦ ରୁପେ ଆପଣ ମିଠା ଚଢ଼ାଇ, ତାଙ୍କୁ ପରେ ଗାଇକୁ ଖାଇବାକୁ ଦେଇଦିଅନ୍ତୁ।

ପୂଜା ସାରିବା ପରେ ନଡିଆକୁ ଗାଡିର ଚର୍ତୁପାର୍ଶ୍ବରେ ବୁଲାଇ ସାମ୍ନାରେ ଫଠାନ୍ତୁ। ସବୁବେଳେ ଗାଡି କିଣିବା ସମୟରେ ଭଲ ବାର ଏବଂ ସମୟ ଦେଖି କିଣିବା ଉଚିତ।

error: Content is protected !!