ନିଜ ପ୍ରେମିକାର ବିବାହକୁ ଯାଇ ପ୍ରେମିକ କରିଲା କିଛି ଏମିତି କାଣ୍ଡ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଏବେ ବିବାହ ଋତୁ ଚାଲିଛି। କିଛି ଜଣ ନିଜ ମନର ମଣିଷକୁ ପାଉଛନ୍ତି ତ ଆଉ କିଛି ଜଣଙ୍କ ପ୍ରେମ ଅଧୁରା ରହିଯାଉଛି। ସମସ୍ତଙ୍କ ଭାଗ୍ୟରେ ନିଜ ପ୍ରେମ କରୁଥିବା ମଣିଷ ନଥାଏ। ହେଲେ ଏହାକୁ କିଛି ଲୋକ ଗ୍ରହଣ ନ କରି ପାରି ଅନେକ କାଣ୍ଡ ଘଟାଇ ନିଜକୁ ଏବଂ ଅନ୍ୟମାନଙ୍କୁ ଅନେକ ହଇରାଣ କରନ୍ତି। ଆଜି ଠିକ ଏହିପରି ଏକ ଘଟଣା ସହିତ ଆପଣଙ୍କ ପରିଚୟ କରାଇବୁ ଯେଉଁଥିରେ ଜଣେ ଯୁବକଙ୍କ ପ୍ରେମିକା ତାଙ୍କୁ ଛାଡି ଅନ୍ୟ ଜଣକୁ ବିବାହ କରିଲା ବୋଲି ପୁରା ଫିଲ୍ମ ଷ୍ଟାଇଲରେ ସେ ତାଙ୍କର ହତ୍ୟା କରିଦେଲେ।

ଏହି ଅଭାବନୀୟ ଘଟଣା ଘଟିଛି ରାୟବରେଲି ଅଞ୍ଚଳରେ। ନିଜ ପ୍ରେମିକାର ବିବାହ ଖବର ପାଇବା ପରେ ଏଠାକାର ଜଣେ ଯୁବକ ଯେମିତି ପାଗଳ ହୋଇଯାଇଥିଲେ। ପ୍ରେମିକା ତାଙ୍କ ସହ କରିଥିବା ପ୍ରତାରଣାର ଜବାବ ଦେବାପାଇଁ ସେ ତାଙ୍କ ବିବାହକୁ ଯାଇ ଯୋଗ ଦେଇଥିଲେ। ସାଙ୍ଗରେ ଗିଫ୍ଟ ଥିଲା ଏବଂ ଗିଫ୍ଟ ଦେଇସାରି ପ୍ରେମିକାର ବଧୂବେଶରେ ତାଙ୍କ ସହ ଫଟୋ ବି ଉଠାଇଲେ। ବିବାହ ଭୋଜି ମଧ୍ୟ ଖାଇଲେ।

ହେଲେ ଯେତେବେଳେ କନ୍ୟା ବେଦୀକୁ ଯାଇ ବସିଲେ ସେତେବେଳେ ହଠାତ ନିଜ ପକେଟରୁ ବନ୍ଧୁକ ବାହାର କରି ଯୁବତୀଙ୍କ ମୁଣ୍ଡକୁ ମାରି ଦେଇଥିଲେ। ଏଥିରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ପାଇବା ପରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିଛି। ଉକ୍ତ ବନ୍ଧୁକଟି ସେ ନିଜ ଦାଦାଙ୍କ ପାଖରୁ ଚୋରି କରି ଆଣି ଏପରି କାଣ୍ଡ ଘଟାଇଛନ୍ତି ବୋଲି ପୋଲିସ ଆଗରେ ମାନିଥିଲେ।

error: Content is protected !!