ନିୟମିତ ଏହି ଶାଗ ଖାଇବା ଦ୍ୱାରା ଛୁଇଁବ ନାହିଁ ଏହିସବୁ ବଡ ବଡ ରୋଗ

ଶାଗ ଆମ ଭାରତର ଏକ ପ୍ରଧାନ ଖାଦ୍ୟ ରୂପେ ପରିଗଣିତ। ଶାଗ ସାଙ୍ଗକୁ ପଖାଳ ଭାତ କଂସାଏ ହେଲେ ତାର ମଜା ହିଁ କିଛି ଅଲଗା। ଖରା ଦିନ ଆସିବାକୁ ଆଉ ଅଳ୍ପଦିନ ବାକି ରହିଲା। ଏବେ ଶାଗର ଚାହିଦା ବଢିବ। ଏହି ଦିନରେ ଅନେକ ପ୍ରକାରର ଶାଗ ଲୋକ ଖାଇଥାନ୍ତି। କିନ୍ତୁ ଆଜି ଆମେ ଏକ ଏପରି ଶାଗ ବିଷୟରେ କହିବୁ ଯାହାକୁ ଖାଇ ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ ଏବଂ ଜ୍ଵର ଥଣ୍ଡା ଭଳି ରୋଗ ମଧ୍ୟ ଆପଣଙ୍କୁ ହେବନାହିଁ। ଆମେ ଯେଉଁ ଶାଗ ବିଷୟରେ କଥା ହେଉଛେ ତାହା ହେଉଛି ମେଥି ଶାଗ। ଆସନ୍ତୁ ଜାଣିବା ଏହାର ଉପକାରୀତା ଗୁଡିକୁ।

୧- ଶରୀରରେ ଥିବା ବିଷାକ୍ତ ପଦାର୍ଥ ଗୁଡିକର ନିଷ୍କାସନ ନିମନ୍ତେ ଏହା ଅତ୍ୟନ୍ତ ଉପଯୋଗୀ ଅଟେ। ଏଥିରେ ଫାଇବର ମାତ୍ରା ଅଧିକ ଥିବାରୁ କୋଲେନ କ୍ୟାନସର ହେବାର ଆଶଙ୍କା ଏହାଦ୍ୱାରା କମ ଥାଏ।
୨- ଏହା ଥଣ୍ଡା ଜ୍ୱର ଏବଂ କଫ ପାଇଁ ବେଶ ଉପଯୋଗୀ ଅଟେ। ଏହାକୁ ଖାଇଲେ ଏହିସବୁ ସମସ୍ୟାରୁ ମୁକ୍ତି ମିଳିପାରିବ।
୩- ଏହି ଶାଗ ଆମ ଦେହରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇ ଆମକୁ ଅନେକ ସଂକ୍ରମଣ ରୋଗରୁ ରକ୍ଷା କରିଥାଏ।
୪- ମେଥି ପତ୍ରରେ ପ୍ରସ୍ତୁତ ଚା ପିଇଲେ ଦେହରେ ଥିବା ଜୀବାଣୁ ନାଶ ହୋଇଥାନ୍ତି।

error: Content is protected !!