ଆଜି ଦିନର ମୁଖ୍ୟ ଖବର | ଗୁରୁବାର | ଜୁଲାଇ ୧୯, ୨୦୧୮

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଆଗାମୀ କାଲି ଠାରୁ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ। ସୂଚନା ଅନୁସାରେ
ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ ।

ଭଦ୍ରକ ରାହାଞ୍ଜରେ ଆଜି ଗୋଟିଏ ୧୦ ଚକିଆ ଟ୍ରକ୍ ସ୍କୁଲ ପିଲାଙ୍କ ଉପରେ ଚଢ଼ିଯିବା ଫଳରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ମୃତ ଛାତ୍ରାଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଥମୁନି ମାଛ ବିବାଦ, ଆଜି ମତ୍ସ୍ୟ ସମ୍ପଦ ବିଭାଗର ଅଧିକାରୀ ସମ୍ବଲପୁରରେ ଚଢ଼ାଉ କରି ୨ଟି ଆନ୍ଧ୍ର ମାଛରୁ ବାହାର କରିଛନ୍ତି ବିଷାକ୍ତ ଫର୍ମାଲିନ୍ ।

ଖୁବଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ବାଇଗଣୀ ରଙ୍ଗର ୧୦୦ ଟଙ୍କିଆ ନୋଟ ଜାରି କରିବେ । ସୂଚନା ଅନୁସାରେ ଏହାର ଲମ୍ବ ୬୬ ଏମଏମ ଓ ଚଉଡା ୧୪୨ ଏମଏମ ରହିଛି । ଏହି ନୂଆ ନୋଟର ସାଇଜ ନୂଆ ୫୦୦ ଟଙ୍କିଆ ନୋଟ ସାଇଜ ସହ ସମାନ ହେବ ।

error: Content is protected !!