ଶୁକ୍ରବାର ରାଶିଫଳ ୧୫ ମାର୍ଚ୍ଚ ୨୦୧୯

ମେଷ
ବାହନ ଆଦି କ୍ରୟ କରିପାରିବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। କାର୍ଯ୍ୟ କ୍ଷେତ୍ରରେ ଯଶ ଓ ସମ୍ମାନ ବଢିବ। ନିଜ ପରିଶ୍ରମରେ ସଫଳତା ପାଇବେ। ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ପ୍ରଶଂସା ପାଇବେ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ।

ବୃଷ
ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ। ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ସମ୍ବନ୍ଧ ଓ ସମ୍ପର୍କରେ ସୁଖ ଶାନ୍ତିରେ ଦିନଟି କଟାଇବେ। ପୈତୃକ ସମ୍ପତ୍ତିକୁ ନେଇ ବାଦ-ବିବାଦ ମେଣ୍ଟିବା ପାଇଁ ଚେଷ୍ଟା କରିବେ ଓ ସଫଳତା ପ୍ରାପ୍ତି ହେବ। ସୌହାର୍ଦ ତଥା ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ଆଚାର ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ। ପାଦ ପୀଡା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହୋଇପାରେ।

ମିଥୁନ
ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଧନ ଲାଭହେବା ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ। କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇପାରିବେ। ଘର-ପରିବାରକୁ ପ୍ରାଥମିକତା ଦେବେ। ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ। ମାତା-ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ। ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ଲୋକମାନେ ସାହାଯ୍ୟ କରିବେ।

କର୍କଟ
ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ବିଦ୍ୟାରେ ଉନ୍ନତି କରିବେ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ। ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ଶତୃମାନେ ଦୂରେଇ ଯିବେ। ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ। ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ। ପରିବାରର ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ।

ସିଂହ
କାରବାର ବଢିବ ଓ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ। ମାଲିମୋକଦ୍ଦମାରେ ସଫଳତା ମିଳିବ। ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ। ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ। ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି, ଉଚ୍ଚସ୍ଥାନ ଲାଭ ବା ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତିହେବ।

କନ୍ୟା
ସମସ୍ତ ସମସ୍ୟାର ସମାଧାନ କରି ସତ୍ୟର ସାମ୍ନା କରିବାକୁ ପଡିବ। ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କସ୍ଥାପିତ ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ। ଦୂରସ୍ଥାନକୁ ଯାତ୍ରା କରିବେ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ। ଭାବମୂର୍ତ୍ତି ରକ୍ଷା କରି ପାରିବାରିକ ମୁଖ୍ୟଙ୍କ ସହିତ ପରିଚାଳନାଗତ ସ୍ଵତନ୍ତ୍ରତା ଅତୁଟ ରଖି ହେବ।

ତୁଳା
କର୍ମକ୍ଷେତ୍ରରେ ଅଦମ୍ୟ ଉଦ୍ୟମ ବା ଚେଷ୍ଟାଦ୍ୱାରା ସାଫଲ୍ୟ ହେବେ। ପାରିବାରିକ ଜୀବନରେ ସୁଖ-ଶାନ୍ତି ଲାଭ ଓ ତତ୍ ସଙ୍ଗେ ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ସମୟ ଅନୁକୂଳ ହେଲେ ମଧ୍ୟ କାର୍ଯ୍ୟ ପୁରଣରେ ବାଧା ଆସିବ ଓ ବିଳମ୍ବ ହେବ। ପିଲାମାନଙ୍କ ପାଠପଢା ନେଇ କରିଥିବା ଚିନ୍ତା ଦୂରେଇ ଯିବ। ତୀର୍ଥାଟନ କରି ଯାତ୍ରା କାଳରେ ଯନ୍ତ୍ରଣା ଭୋଗିବେ। ଅଯଥା ଝଗଡା ବଢିଯିବା ଫଳରେ ନିଜେ ଲଜ୍ଜିତ ହେବେ।

ବିଛା
ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଜ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ। ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ। କର୍ମ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ପରିବହନରେ ବିଶେଷ ଲାଭବାନ ହେବେ। ସନ୍ତାନମାନଙ୍କ ଉନ୍ନତି ପାଇଁ ଖୁସି ରହିବେ। ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ।

ଧନୁ
ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବେ ଓ ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ। କଳା, ସାହିତ୍ୟ, କ୍ରିଡା, ଚଳଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ହାତକୁ ନେଇଥିବା କାର୍ଯ୍ୟପାଇଁ କଠିନ ପରିଶ୍ରମ କରିବେ। ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ସହଯୋଗ ପାଇ ମନ ଖୁସୀ ରହିବ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ।

ମକର
ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ। ଶୁଭକାମ କରି ପ୍ରଶଂସିତ ହେବେ। ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି, ଉଚ୍ଚସ୍ଥାନ ଲାଭ ବା ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତିହେବ। ତତ୍ ସଙ୍ଗେ ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ। ପ୍ରେମ-ପ୍ରସଙ୍ଗ ଓ ଗୁପ୍ତ ବନ୍ଧୁମାନେ ବାହାରକୁ ପ୍ରକାଶ ପାଇବେ। ଧାର୍ମିକସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ।

କୁମ୍ଭ
ବ୍ୟବସାୟୀମାନଙ୍କର ଲାଭ ଅଧିକ ହେବା ଫଳରେ ମନ ଖୁସି ରହିବ। ଜଗାଜମି, ଗୃହ ଉପକରଣ କ୍ରୟ କରିବେ। କର୍ମକ୍ଷେତ୍ରରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ। ଋଣପ୍ରାପ୍ତି ଓ ଋଣମୁକ୍ତର ରାସ୍ତା ପରିଷ୍କାର ହେବ। ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ସାହିତ୍ୟ, ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପଢାପଢିରେ ମାନସିକ ଶାନ୍ତି ମିଳିବ। ରାଜନୀତି ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ।

ମୀନ
ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ବିଗିଡି ଯାଇଥିବା କାର୍ଯ୍ୟ ସୁଧୁରି ଯିବ। ଦୁଃଖୀ ଲୋକଙ୍କୁ ସାହାରା ବା ସାହାଯ୍ୟ କରିବେ। କର୍ମ କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ। ସାଧାରଣ ଦିନଚର୍ଜ୍ୟା ଅତୁଟ ରହିବ। କୌଣସି କ୍ଷେତ୍ରରେ କେବେ ବି ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର ହେବ। ବନ୍ଧାକୋବି, ପୋଟଳ, ମୂଳା, କ୍ଷୀର, ଛେନା ପ୍ରଭୃତି ଚର୍ବି ଓ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ।

Jyotirbid Dr. Pramod Satapathy
Jantra Jyotisha, Cuttack 📞 7008758366 or 9937551988

error: Content is protected !!