କାହିଁକି ବ୍ରତ ଓ ଉପାସ ସମୟରେ ଲୋକମାନେ ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ନାହିଁ?

ଅନେକ ସମୟରେ ଦେଖାଯାଏ ଉପବାସ ଅର୍ଥାତ୍ ବ୍ରତ ସମୟରେ କିଛି ଲୋକ ତ ନିର୍ଜଳା ଉପବାସ ରୁହନ୍ତି। କିନ୍ତୁ ସାଧାରଣତଃ କେତେକ ଲୋକ ଏହିସମୟରେ ଫଳ ଖାଇଥାନ୍ତି। ବ୍ରତ ସମୟରେ ଫଳ, ହାତଗଣତି ପରିବା, ସାଗୁଦାନା, ସୈନ୍ଧବ ଲୁଣ ଭଳି କିଛି ଜିନିଷ ଉପବାସରେ ଖାଇବା ଯୋଗ୍ୟ ହୋଇଥାଏ ବୋଲି ଆମ ଧର୍ମରେ ବିଶ୍ୱାସ ରହିଛି। କେତେକ ଜିନିଷ ଏହି ସମୟରେ କହିବାକୁ ବାରଣ କରାଯାଏ। ତାହା ହେଉଛି ପିଆଜ ଏବଂ ରସୁଣ।

ବେଳେବେଳେ ଧାର୍ମିକ ମାନ୍ୟତାକୁ ବିଜ୍ଞାନ ସହ ଯୋଡ଼ାଯାଇଥାଏ, ଶାରଦୀୟ ନବରାତ୍ରିରେ ଉପବାସ ସମୟରେ ପିଆଜ ଏବଂ ରସୁଣ ଉପଯୋଗ କରିବା ନିଷିଦ୍ଧ ହୋଇଥାଏ। ଏହାର କାରଣ ହେଉଛି ଶରୀରର ବାୟୋଲୋଜିକାଲ କ୍ରିୟା ଉପରେ ଖାଦ୍ୟର ପ୍ରଭାବ ରହିଥାଏ । ସାଧାରଣତଃ ଆୟୁର୍ବେଦରେ ଖାଦ୍ୟକୁ ୩ଟି ରୂପରେ ବିଭକ୍ତ କରାଯାଇଛି। ସାତ୍ତ୍ଵିକ,ତାମସିକ ଏବଂ ରାଜସୀ। ଏହି ୩ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ସତ,ତମସ ଏବଂ ରଗ ଗୁଣର ସଞ୍ଚାର ହୋଇଥାଏ। ମୁଖ୍ୟତଃ ଏହି କାରଣ ପାଇଁ ପିଆଜ କିମ୍ବା ରସୁଣ ଖାଇବାକୁ ମନା ହୋଇଥାଏ।

error: Content is protected !!