ଆଜି ପଖାଳ ଭାତ ଫାଇଦା ବିଷୟରେ ଜାଣିଲେ କେବେ ଫୋପାଡିବା ନାହିଁ

ଅନେକ ସମୟରେ ଦେଖାଯାଏ ରାତିରେ ବଂଚିଯାଇଥିବା ଭାତକୁ ଫୋପାଡି ଦିଆଯାଇଥାଏ । କିନ୍ତୁ ଏହି ବାସି ଭାତକୁ ଫୋପାଡିବା ବଦଳରେ ଖାଇଲେ ଶରୀରକୁ ଅନେକ ଫାଇଦା ମିଳେ। ଯାହା ଜାଣିଲା ପରେ ଆପଣ କେବେ ବାସି ଭାତ ପକାଇବେ ନାହିଁ। ଓଡ଼ିଆ ଘରେ ରାତି ଭାତ ବଂଚିଗଲେ ତାକୁ ପାଣି ସହିତ ମିଶାଇ ରଖାଯାଏ। ଯାହାକୁ ଆମେ ପଖାଳ ଭାତ ବୋଲି କହିଥାଉ।

ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି ବାସି ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଖାଇଲେ ତାହା ଶରୀର ପାଇଁ ଖୁବ୍ ଲାଭଦାୟକ। ଯାହାକୁ ଆମେ ପଖାଳ ଭାତ ଭାବେ ଗ୍ରହଣ କରିଥାଉ, ଯାହା ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।

ଯେତେବେଳେ ଭାତ ରୋଷେଇ କରିଥାଉ ସେଥିରେ ଆଇରନର ମାତ୍ରା ୩.୪ ମିଲିଗ୍ରାମ୍ ଥାଏ। ଯଦି ଆପଣ ସେହି ଭାତକୁ ରାତିସାରା ଭିଜାଇ ରଖିବେ ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ୍ ହୋଇଯାଇଥାଏ। ଆଇରନ୍ ସହିତ ଏଥିରେ ସୋଡିଅମ୍, ପୋଟାସିଅମ୍ ଓ କାଲସିଅମର ମାତ୍ରା ବଢ଼ିଯାଇଥାଏ।

ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ଏହାକୁ ଖାଇବା ଦ୍ୱାରା ପେଟରେ ଅଲସର୍ର ସମସ୍ୟାକୁ ମଧ୍ୟ ଦୂରୀଭୂତ କରିଥାଏ।

error: Content is protected !!