ଘରେ କିମ୍ବା ବହି ଭିତରେ ମୟୂର ପର ରଖନ୍ତୁ, ମିଳିବ ଏସବୁ ଲାଭ

ଭଗବାନ ଶ୍ରୀକୃଷ୍ଣ ମୟୂର ପରକୁ ମୁକୁଟରେ ପିନ୍ଧୁଥିଲେ। ଏହା ସହିତ ପ୍ରାଚୀନ କାଳରେ ମୟୂର ପରକୁ ମଧ୍ୟ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଉଥିଲା। ବାସ୍ତୁଶାସ୍ତ୍ର ଅନୁସାରେ ମୟୂର ପର ଘର ପାଇଁ ଅନେକ ଶୁଭ ହୋଇଥାଏ। ଘରେ ମୟୂର ପର ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହିତ ଧନର ଦେବୀ ମା’ ଲକ୍ଷ୍ମୀଙ୍କର ଶୁଭ କୃପା ଘର ଉପରେ ପଡିଥାଏ।

ଆଜି ଜାଣିବା ମୟୂର ପର ରଖିବା ଦ୍ୱରା ଆଉ କି କି ଲାଭ ହୋଇଥାଏ?

• ଘରର ଟଙ୍କା ବା ସୁନା ଗହଣା ରଖିବା ସ୍ଥାନରେ ମୟୂର ପର ରଖିବା ଦ୍ୱାରା ଧନବୃଦ୍ଧିରେ ସହାୟକ ହୋଇଥାଏ।
• ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ ଥିଲେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମୟୂର ପର ରଖିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ।
• ଶ୍ରୀକୃଷ୍ଣ ଭଳି ମୁଣ୍ଡରେ ଧାରଣ କରିବା ଦ୍ୱାରା ବିଦ୍ୟା ଲାଭ ହୋଇଥାଏ।
• ଶୋଇବା ଘରର ଅଗ୍ନି କୋଣରେ ମୟୂରର ଫଟୋ ଲଗାଇଲେ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ବୈବାହିକ ସମ୍ପର୍କ ବଢ଼ିଥାଏ।

error: Content is protected !!