ଆଳତି କରିବା ବେଳେ କେତେ ଥର ଦୀପ ବୁଲେଇବା ଉଚିତ, ଜାଣନ୍ତୁ

ଭାରତ ପରମ୍ପରାର ଦେଶ। ଏହି ଦେଶରେ ଦେବତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଏ। ପ୍ରତି କ୍ଷେତ୍ରରେ ଠାକୁରଙ୍କ ପୂଜା କରାଯାଇ କାର୍ଯ୍ୟର ସଫଳ ହେବା ପାଇଁ ଆଶିଷ ପ୍ରାର୍ଥନା କରାଯାଏ। ଆଶିଷ ଲାଭ କରିବାକୁ ହେଲେ ଠାକୁରଙ୍କୁ ପୂଜାର୍ଚ୍ଚନା କରିବାକୁ ପଡିଥାଏ। ଏହା ସହିତ ପୂଜାର୍ଚ୍ଚନା ବେଳେ ଅନେକ ରୀତିନୀତି ପାଳନ କରିବାକୁ ପଡିଥାଏ। ପୂଜାର୍ଚ୍ଚନା ପାଇଁ ଆଳତି କରିବା ପରମ୍ପରା ସବୁ ଦେବାଦେବୀଙ୍କ ପାଇଁ ପାଳିତ ହୁଏ। ଏହାଦ୍ୱାରା ଭଗବାନଙ୍କର ବେଶି ନିକଟବର୍ତ୍ତୀ ହେବାକୁ ଭକ୍ତଙ୍କୁ ସୁଯୋଗ ମିଳିଥାଏ। ତେବେ ଆଳତିକୁ ନେଇ ମଧ୍ୟ ଅନେକ ରୀତି ରହିଛି। କେଉଁ ଠାକୁରଙ୍କ ଆଳତି ବେଳେ କେତେଥର ହାତରେ ଦୀପ ଧରି ବୁଲେଇଲେ ଠାକୁରଙ୍କ ଶୁଭ ଫଳ ଲାଭ କରିହୁଏ ଆଜି ଆସନ୍ତୁ ଜାଣିବା।

ଏହି ନିୟମ ଆମ ହିନ୍ଦୁମାନଙ୍କ ଶାସ୍ତ୍ରରେ ସମ୍ପୂର୍ଣ୍ଣ ଭାବରେ ଉଲ୍ଲେଖ କରାଯାଇଛି। ଶାସ୍ତ୍ର ଅନୁସାରେ, ଏହା କରିଲେ କେବଳ ଯେ, ଭଗବାନ ସନ୍ତୁଷ୍ଟ ହୋଇ ନଥାନ୍ତି ବରଂ ପରମାତ୍ମାଙ୍କ ଉପଲବ୍ଧି ମଧ୍ୟ କରିହୁଏ। ଆଳତି ଆମେ କରିଥିବା ପାପର ଏକ ପ୍ରାୟଶ୍ଚିତ ଅଟେ। ଏହା ଦ୍ୱାରା ପାପ କଟିଯାଇଥାଏ। ଆଳତି କରିବା ବେଳେ ଆଳତି କରୁଥିବା ବ୍ୟକ୍ତିଙ୍କୁ ଧ୍ୟାନ ରଖିବାକୁ ହୁଏ ଯେ, ସେ କେଉଁ ଦେବଦେବୀଙ୍କୁ ପୂଜା କରୁଛନ୍ତି। ଧରି ନିଅନ୍ତୁ ଯେ, ଆପଣ ବିଷ୍ଣୁଙ୍କ ପୂଜା କରୁଛନ୍ତି।

ଏହି ସମୟରେ ଆପଣଙ୍କୁ ୧୨ଥର ଆଳତି ଦୀପ ବୁଲେଇବାକୁ ପଡେ।କାରଣ ତାଙ୍କ ମନ୍ତ୍ର ୧୨ ଅକ୍ଷର ବିଶିଷ୍ଟ ସେହିପରି ଭାବରେ ସୂର୍ଯ୍ୟଙ୍କ ଆଳତି କରିବା ବେଳେ ତାଙ୍କର ସାତଟି ରଶ୍ମି ଥିବା ଦୃଷ୍ଟିରୁ ସାତ ଥର ବୁଲାଇବା ଆବଶ୍ୟକ ହୋଇଥାଏ। ଏହିପରି ଭାବରେ ଠାକୁରଙ୍କ ସମ୍ବନ୍ଧ ସଂଖ୍ୟାରେ ଆଳତି ବୁଲେଇବାକୁ ପଡିଥାଏ।

error: Content is protected !!