କେଉଁ ଖାଦ୍ୟ ଖାଇଲେ ମୁହଁରେ ଅଧିକ ବ୍ରଣ ହୁଏ

ବିଭିନ୍ନ ଖାଦ୍ୟର ଭିନ୍ନ ଭିନ୍ନ ପ୍ରଭାବ ଶରୀର ଉପରେ ପଡେ । ଅଜାଣତରେ ଆମେ ଏମିତି କିଛି ଖାଦ୍ୟ ଖାଇଥାଉ ଯାହା ପାଇଁ ବିଭିନ୍ନ ଚର୍ମ ଜନିତ ରୋଗ ଦେଖା ଯାଇଥାଏ । ଏକ ସ୍ୱତନ୍ତ୍ର ଗବେଷଣାରୁ ଜଣାପଡିଛି କିଛି ନିର୍ଦ୍ଧିଷ୍ଟ ଖାଦ୍ୟ ଖାଇଲା ଫଳରେ ମୁହଁରେ ଅତ୍ୟଧିକ ବ୍ରଣ ହୋଇଥାଏ। ଏହା ସହିତ ଜାଣିବା ଏମିତି କିଛି ଖାଦ୍ୟ ଯାହା ଖାଇଲେ ଚର୍ମର ସୌନ୍ଦର୍ଯ୍ୟ ବଢାଇ ଥାଏ।

କାକୁଡି ଓ ତରଭୁଜ, ଚର୍ବି ଜାତୀୟ ମାଛ: ଏମିତି ଖାଦ୍ୟ ଅଧିକ ଖାଇଲେ ଆମ ମୁହଁର ସୌନ୍ଦର୍ଯ୍ୟ ବଢାଇ ଥାଏ ଓ ତ୍ୱଚାକୁ ଚିକ୍କଣ କରିଥାଏ।

ଲହୁଣୀ କଢାଯାଇଥିବା କ୍ଷୀର: କୁହାଯାଏ କ୍ଷୀର ମନ୍ୟୁଷ୍ୟର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। କିନ୍ତୁ ଲହୁଣୀ କଢାଯାଇଥିବା କ୍ଷୀର ଖାଇବା ତ୍ୱଚା ପାଇଁ ଅତ୍ୟନ୍ତ କ୍ଷତିକାରକ। ଏମିତି କ୍ଷୀର ଖାଇଲେ ମୁହଁରେ ଅଧିକ ବ୍ରଣ ହୁଏ।

ପିଜ୍ଜା ଓ ଧଳା ପାଉଁରୁଟି: ପିଜ୍ଜାରେ ଅଧିକ ପରିମାଣର ତେଲ ରହିଥିବାରୁ ଏହା ଖାଇଲେ ମୁହଁରେ ସିଧାସଳଖ ବ୍ରଣ ବାହାରିଥାଏ। ସେହିଭଳି ଧଳା ପାଉଁରୁଟି ମଧ୍ୟ କହିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।

error: Content is protected !!