ଶନିବାର ସନ୍ଧ୍ୟାରେ ଓଡ଼ିଶାରେ ଆକାଶ ରଙ୍ଗ ବଦଳି ହେଲା ଗୋଲାପୀ, ଜାଣନ୍ତୁ କାରଣ

ବାତ୍ୟା ବୁଲ୍‌ବୁଲ୍‌ ଓଡିଶା ଛାଡିବା ପରେ ଶନିବାର ସନ୍ଧ୍ୟାରେ ରଙ୍ଗମୟ ହୋଇଥିଲା ଓଡ଼ିଶା ଆକାଶ। ଏହି ସୁନ୍ଦର ଦୃଶ୍ୟକୁ ଅନେକ ଲୋକ କ୍ୟାମେରାରେ କଏଦ କରି ଥିଲେ। ବୁଲବୁଲ ପରେ ଆକାଶରେ ଗୋଲାପୀ ରଙ୍ଗ ଦେଖାଯିବ ଏବେ ବି ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର ଆଦି ସମସ୍ତ ଅଞ୍ଚଳର ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁରୀ ଆକାଶରେ ଗୋଲାପୀ ସହ ଗାଢ଼ ବାଇଗଣୀ ରଙ୍ଗର ଦୃଶ୍ୟ ଦେଖିବାକୁ ମିଳିଥିଲା।

ସନ୍ଧ୍ୟା ସମୟରେ ଏହି ମନଲୋଭା ଦୃଶ୍ୟ ଅନେକଙ୍କ ଖୁସି ଦେବାବେଳେ ଅନେକଙ୍କ ମନରେ ଭୟ ସୃଷ୍ଟି କରିଛି। ପୂର୍ବରୁ କେବେ ଦୃଶ୍ୟମାନ ହୋଇନଥିବା ଏହି ଦୃଶ୍ୟ ପ୍ରକୃତି ସମ୍ପର୍କରେ କେଉଁ ସୂଚନା ଦେଉଛି ବୋଲି ମାନା ଯାଉଛି। ଆକାଶର ରଂଗ ଗୋଲାପୀ ପଡ଼ିବା କୌଣସି ଅଶୁଭ ସଂକେତକୁ ଇଙ୍ଗିତ କରେ କରେ ନାହିଁ ବୋଲି ଜଣେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ କହିଛନ୍ତି। ଏହା ସହିତ ସେ କହିଛନ୍ତି ଅଧିକ ମାତ୍ରାରେ ପବନ ବହିଲେ ବାୟୁମଣ୍ଡଳରେ ଧୂଳିକଣା ଓ ଅଙ୍ଗାରକାମ୍ଳ ଅଧିକ ପରିମାଣ ରହିଥାଏ । ଅଣୁ, ପରମାଣୁ ଓ ଜଳୀୟ ବାଷ୍ପର ସମଷ୍ଟି ଉପରେ ସୂର୍ଯ୍ୟକିରଣ ପଡିଲେ ଆକାଶ ରଂଗୀନ ଦେଖାଯାଏ।

ସାଧାରଣତଃ ସୂର୍ଯ୍ୟଦୋୟ କିମ୍ବା ସୂର୍ଯ୍ୟାସ୍ତ ବେଳେ ଆକାଶ ନାଲିଆ ଦେଖାଯାଏ । ମାତ୍ର ଅତ୍ୟଧିକ ପରିମାଣର ଧୂଳିକଣା ‌ହେତୁ ଆକାଶ ବେଳେ ଅଧିକ ରଙ୍ଗୀନ ଦେଖାଯାଏ। ବାୟୁମଣ୍ଡଳର ଆଦ୍ରତା ଓ ଧୂଳିକଣିକା ଏପରି ଦୃଶ୍ୟରର ମୁଖ୍ୟ କାରଣ ବୋଲି ସେ ସ୍ପଷ୍ଟ କରି କହିଛନ୍ତି। ଏହି ଦୃଶ୍ୟ ପାଇଁ ବାୟୁ ପ୍ରଦୂଷଣ ବି କିଛି ମାତ୍ରାରେ ଦାୟୀ। ନିକଟରେ ଦୀପାବଳୀ ଯାଇଥିବାବେଳେ ବୁଲ୍‌ବୁଲ୍‌ର ଆଗମନ ଏହାର କାରଣ ହୋଇଥାଇପାରେ। ଆକାଶ ଗୋଲାପୀ ରଂଗ ହେବା କୌଣସି ଅଶୁଭ ସଂକେତ ନୁହେଁ।

error: Content is protected !!