ଘରେ ଏମିତି ଗଛ ରଖିଲେ ଡାକିଆଣେ ବିପଦ

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଥିବା ପ୍ରତ୍ୟେକ ଜିନିଷର ପ୍ରଭାବ ଘରେ ରହୁଥବା ସଦସ୍ୟଙ୍କ ଉପରେ ପଡେ । ଏହାର ଅର୍ଥ କିଛି ଜିନିଷ ଘରେ ସକରାତ୍ମକ ପ୍ରଭାବ ପକାଉଥିବା ବେଳେ ଆଉ କିଛି ସାମଗ୍ରୀ ଘରେ ନକରାତ୍ମକ ପ୍ରଭାବ ପକାଇଥାଏ । ଅନେକ ଲୋକ ଘରେ ସାଜସଜ୍ଜା ପାଇଁ ଛୋଟ ଛୋଟ ଗଛ ରଖିଥାନ୍ତି ।

ଶାସ୍ତ୍ର ଅନୁସାରେ ଏହି ଗଛ ସବୁ ରଖିବା ଆଗରୁ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଅଟେ । କାରଣ ଏହି ଗଛରୁ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଜାଣିବା ସେହି ସବୁ ଗଛ ବିଷୟରେ।

ଘରେ ଭିତରେ କୌଣସି କଣ୍ଟାଯୁକ୍ତ କିମ୍ବା କ୍ଷୀର ବାହାରୁଥିବା ଗଛ ରଖିବା ଦ୍ୱାର ନକରାତ୍ମକ ଏନର୍ଜିର ପ୍ରଭାବ ଘର ଉପରେ ପଡିଥାଏ । ତେଣୁ ଗୋଲାପ ଗଛକୁ ଘର ଭିତରେ ଲଗାନ୍ତୁ ନାହିଁ । ଏହା ସହ ବୋନସାଇ ନାମକ ଗଛ ଘର ଭିତରେ ରଖନ୍ତୁ ନାହିଁ କାରଣ ଏହା ଦେଖିବାକୁ ସୁନ୍ଦର ହେଇଥିଲେ ମଧ୍ୟ ଘରର ଉନ୍ନତି ଉପରେ ବାଧା ସୃଷ୍ଟି କରିଥାଏ ।

ଅନେକ ଲୋକ ଅଫିସରେ ଫୁଲଦାନୀରେ ଅନେକ ତାଜା ଫୁଲ ରଖିଥାନ୍ତି । ମନେରଖିବେ ଏହି ତାଜା ଫୁଲ ଝାଉଁଳି ପଡିଲେ ବାହାରକୁ ଫିଙ୍ଗି ଦିଅନ୍ତୁ ନେହେଲେ ଏହାର ନକରାତ୍ମକ ପ୍ରଭାବ ଅଫିସ ଉପରେ ପଡିବ । ଶୋଇବା ଘରେ ଭୁଲରେ କୌଣସି ଗଛ ରଖନ୍ତୁ ନାହିଁ ।

error: Content is protected !!