ରାସ୍ତାରେ ପତ୍ନୀଙ୍କ ଲଭ ଟେଷ୍ଟ ନେବା ପଡିଲା ମହଙ୍ଗା, ସ୍ୱାମୀ ପହଞ୍ଚିଲେ ମେଡିକାଲରେ

ପ୍ରେମ ବିଶ୍ୱାସରେ ଚାଲେ। ହେଲେ କିଛି ଲୋକ ଏହାକୁ ପ୍ରମାଣ କରିବାକୁ ଏବଂ ପ୍ରମାଣ ପାଇବାକୁ ଅନେକ ଥର ଚେଷ୍ଟା କରନ୍ତି। ଏହାକୁ ଲଭ ଟେଷ୍ଟ କୁହାଯାଏ। ଏଥିରେ କେହି ଜଣେ ନିଜ ସାଥୀଙ୍କୁ ଏକ ଏପରି ପରିସ୍ଥିତିରେ ପକାଏ ଯେଉଁଥିରେ ସାଥୀଙ୍କର ତାଙ୍କ ପ୍ରତି ଥିବା ଭଲ ପାଇବା କେତେ ଅଛି ତାହା ଜଣା ପଡିଥାଏ। ଏପରି ଅନେକ ଲୋକ କରୁଥିବା ଆପଣ ଜାଣିଥିବେ। ଖାସ କରି ଟିଭି ଶୋ ଏବଂ ଫିଲ୍ମରେ ଏହା ଅଧିକ ଦେଖିବାକୁ ମିଳେ।

ଏଥିରୁ ଅନୁସରଣ କରି ପ୍ରକୃତ ଜୀବନରେ ମଧ୍ୟ ଲୋକେ ଏପରି କରନ୍ତି। ତେବେ ଏହି ଲଭ ଟେଷ୍ଟ କେତେ କ୍ଷତିକାରକ ହୋଇପାରେ ଆଜି ଆମେ ଆପଣଙ୍କୁ କହିବୁ। ଜଣେ ଏହା ଯୋଗୁଁ କିପରି ମେଡିକାଲ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି ସେ ସମ୍ପର୍କରେ ଆଜି ଆପଣ ଜାଣିବେ।

ଆମେ ଯେଉଁ ଘଟଣା ବିଷୟରେ କହୁଛୁ ତାହା ହେଉଛି ପୂର୍ବ ଚାଇନାର। ଏଠାକାର ଜଣେ ପେନ ନାମକ ବ୍ୟକ୍ତି ପତ୍ନୀଙ୍କ ସହ ବାରମ୍ବାର ଝଗଡ଼ା ହେବାରୁ ତାଙ୍କ ପତ୍ନୀଙ୍କୁ ନେଇ ଲଭ ଟେଷ୍ଟ କରାଇବାକୁ ସ୍ଥିର କରିଥିଲେ। ଏଣୁ ସେ ନିଜ ପତ୍ନୀଙ୍କୁ ନେଇ ଗୋଟିଏ ବ୍ୟସ୍ତ ବହୁଳ ରାସ୍ତା ମଝିରେ ଠିଆ ହୋଇଥିଲେ। ଠିଆ ହେବାର କିଛି ସମୟ ପରେ ଗୋଟିଏ ଗାଡି ସେମାନଙ୍କ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଦେଖି ପତ୍ନୀ ଦୂରକୁ ଦୌଡ଼ି ପଳାଇ ଗଲେ।

କିନ୍ତୁ ପେନ ସେଠାରେ ହିଁ ରହିଯାଇ ଗାଡି ଧକ୍କାର ଶିକାର ହେଲେ। ସେ ପଡିଯିବା ପରେ ତାଙ୍କ ପତ୍ନୀ ତାଙ୍କୁ ନିକଟରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

error: Content is protected !!