ରାଶନ କାର୍ଡଧାରୀଙ୍କୁ ମିଳିବ ଏହିସବୁ ବଡ ସୁବିଧା, ଜାଣନ୍ତୁ ରିପୋର୍ଟ

ସରକାର ଏବେ ଦେଶରେ ଅନେକ ନୂଆ ନିୟମ ଲାଗୁ କରିଛନ୍ତି। ସାଧାରଣ ଜନତା ଯେପରି ଏହାର ଲାଭ ପାଇବେ ଏହାକୁ ନଜରରେ ରଖି ପ୍ରଚାର ମଧ୍ୟ କରୁଛନ୍ତି। ଅନେକ ଲୋକ ସରକାରଙ୍କ ନୂଆ ନିୟମ ଜାଣିପାରୁ ନଥିବାରୁ ଏହାର ଫାଇଦା ନେଉ ପାରୁନାହାନ୍ତି। ରାଶନ କାର୍ଡଧାରୀଙ୍କ ଲାଗି ସରକାର ଏବେ ବଡ ଯୋଜନା ଆଣିଛନ୍ତି। ଯଦି ଆପଣଙ୍କର ରାଶନ କାର୍ଡ ଅଛି ତେବେ ଏହି ରିପୋର୍ଟ ନିଶ୍ଟିତ ପଢନ୍ତୁ।

ଯଦି ଆପଣ ନୂଆ ରାଶନକାର୍ଡ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଲାଗି ଜରୁରି ଖବର। କାର୍ଡରେ ଏବେ ଖାଉଟିଙ୍କୁ ସରକାର ମାଗଣାରେ ଏକ ବଡ ସେବା ଯୋଗାଇଦେବାକୁ ଯାଉଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଲାଗି ଏକ ନୂଆ ଆରମ୍ଭ ବୋଲି ମଧ୍ୟ କୁହାଯାଇ ପାରିବ । ଭାରତ ସରକାରଙ୍କ ରାଶକାର୍ଡରେ ଯେଉଁ ଲୋକଙ୍କ ଗ୍ୟାସ୍ କନେକ୍ସନ ନାହିଁ ସେମାନଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ସହ ଚୁଲା ବି ମିଳିବ।

ସରକାରଙ୍କ ନିର୍ଦ୍ଦେଶାନୁସାରେ ଏଥିଲାଗି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇ ସାରିଛି। ଯଦି ରାଶନ କାର୍ଡ ଅଛି ଓ ଗ୍ୟାସ୍ କନେକ୍ସନ ନାହିଁ ତେବେ କେବଳ କେୱାଇସି(KYC) ଫର୍ମ ପୁରଣ କରି ମାଗଣାରେ ଗ୍ୟାସ୍ ସଂଯୋଗ ସହ ଚୁଲା ବି ପାଇବେ। ଯାହା ଏବେ ଅନେକ ନାଗରିକଙ୍କ ଜୀବନ ଧାରଣ ମାନ ପରିବର୍ତ୍ତନ କରିପାରିବ।

error: Content is protected !!