ରୁଟିକୁ ଏହିପରି ବ୍ୟବହାର କରି ନିଜ ଭାଗ୍ୟ ଆପଣ ବଦଳାଇପାରିବେ

ରୁଟିକୁ ଆମେ ଖାଦ୍ୟ ବୋଲି ଜାଣିଛେ। ରୁଟି ଆମର ଭୋକ ମେଣ୍ଟାଇଥାଏ। କେବଳ ଯେ ଏହା ଭୋକ ମେଣ୍ଟାଇଥାଏ ତାହା ନୁହେଁ ବରଂ ଏହା ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ମଧ୍ୟ ପାରିବ। କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ। ରୁଟିକୁ ବ୍ୟବହାର କରି ଜଣେ ନିଜର ଖରାପ ସମୟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରିବେ। ନିଜ ଜୀବନରେ ଥିବା ଅନେକ ବାଧା ବିଘ୍ନର ସମାପ୍ତି କରିବା ପାଇଁ ରୁଟିର କିଛି ସ୍ୱତନ୍ତ୍ର ବ୍ୟବହାର କରିବା ଆବଶ୍ୟକ। ଏହାକୁ କିପରି ବ୍ୟବହାର କରାଯାଇ ପାରିବ ଆଜି ଆସନ୍ତୁ ଜାଣିବା।

୧- ଦିନର ପ୍ରଥମ ତିଆରି ହୋଇଥିବା ରୁଟିକୁ ଚାରି ଭାଗରେ କାଟି ଦିଅନ୍ତୁ। ଏଥିରେ ଅଳ୍ପ ଶୁଦ୍ଧ ଘିଅ ଲଗାଇ। ଗାଈ, କୁକୁର, କାଉ ଏବଂ ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିଲେ ଘରର ଅନେକ ଅସୁବିଧା ଏବଂ ବିପଦ ଟଳିଯିବ।
୨- ଶନି ଦଶା ପଡ଼ିଥିଲେ ନିଜ ଘରେ ପ୍ରସ୍ତୁତ ଶେଷ ରୁଟିକୁ ସୋରିଷ ତେଲ ଲଗାଇ କଳା କୁକୁରକୁ ଖାଇବାକୁ ଦିଅନ୍ତୁ। ଏପରି କରିଲେ ଶନିଙ୍କର କୋପ ଆସ୍ତେଆସ୍ତେ ଆପଣଙ୍କ ଉପରୁ କମିଯିବ।
୩- ଘରକୁ ଆସିଥିବା ଅତିଥୀଙ୍କୁ ମନ ଭରି ରୁଟି ଖାଇବାକୁ ଦେଲେ ଧନର ଅଭାବ ରହେନାହିଁ।
୪- ରୁଟି ଏବଂ ଚିନି ମିଶାଇ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ଏହାଦ୍ୱାରା ମନସ୍କାମନା ପୂର୍ଣ୍ଣ ହୁଏ। ସଫଳତା ମଧ୍ୟ ଏପରି କରିବା ଦ୍ୱାରା ମିଳେ ବୋଲି ବିଶ୍ୱାସ କରାଯାଏ।
୫- ଗୁରୁବାର ଏବଂ ରବିବାର ଦିନ ରୁଟିକୁ କୌଣସି ଭୋକିଲା ବ୍ୟକ୍ତିଙ୍କୁ ଖୁଆଇଲେ ଆପଣ ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବେ।

error: Content is protected !!