ଯଦି ସବୁବେଳେ ସୁସ୍ଥ ରହିବାକୁ ଚାହୁଁଥିବେ, ବଦଳାନ୍ତୁ ଏହିସବୁ ଅଭ୍ୟାସ

ଆଜିକାଲି ବଦଳୁଥିବା ଜୀବନ ଶୈଳୀ ଯୋଗୁଁ ଅନେକ ପ୍ରକାରର ରୋଗ ଦେଖାଯାଉଛି। ଏହି ରୋଗ ଗୁଡିକ ଆମ ଶରୀରରେ ରହି ଆମକୁ ଅନେକ ଶାରୀରିକ କଷ୍ଟ ଦେବା ସହିତ ଆମକୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ କରାଇଥାଏ। ତେବେ ଆମେ ଦୈନଦିନ ଜୀବନରେ କିଛି ଏପରି ଭୁଲ କରିବସୁ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ଆଣିଥାଏ। ଆଜି ଆମେ ଆପଣଙ୍କୁ କିଛି ଏପରି ଭୁଲ ସହିତ ପରିଚିତ କରାଇବୁ ଯାହା ସାଧାରଣତଃ ଆମେ କରିବସୁ ଏବଂ ପରେ ଆମକୁ ଏହାପାଇଁ ଅନେକ କ୍ଷତି ସହିବାକୁ ପଡିଥାଏ।

୧- ପ୍ରଥମେ ସବୁବେଳେ ନିଜକୁ ସଫା ରଖନ୍ତୁ। ପରିଷ୍କାର ରହିଲେ କୌଣସି ବି ରୋଗ ଜୀବାଣୁ ଆପଣଙ୍କ ଶରୀରରେ ଶୀଘ୍ର ପ୍ରବେଶ କରିପାରିବ ନାହିଁ। ଫଳରେ ଇନଫେକ୍ସନ ଆଦିର ଭୟ ବି ରହିବ ନାହିଁ ।
୨- ଅଧିକ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରନ୍ତୁ ନାହିଁ। ଏହାର ଅଧିକ ବ୍ୟବହାର ଆମ ଶରୀରର ହରମୋନକୁ କମେଇ ଦେଇ ଆମକୁ ହଇରାଣରେ ପକାଇ ଦେଇ ପାରେ।
୩- ଗରମ କିମ୍ବା ଅଧିକ ଥଣ୍ଡା ପାଣିରେ ଗାଧେଇବା ଉଚିତ ନୁହେଁ। ସବୁବେଳେ ନର୍ମାଲ ପାଣିରେ ଗାଧେଇବା ଦ୍ୱାରା ଆମ ହୃଦୟ ଉପରେ ଏହାର ଭଲ ପ୍ରଭାବ ପଡିଥାଏ।
୪- ଛିଙ୍କିବା ସମୟରେ ପାଟିରେ ହାତ ଦେବା ପରିବର୍ତ୍ତେ ରୁମାଲ ଦେଲେ ଇନଫେକସନ ହୁଏନାହିଁ।
୫- ସବୁବେଳେ ଚୁଟିକୁ ସାମ୍ପୁ କରିବା ବି ଭଲ ନୁହେଁ। ଖରାଦିନ ହେତୁ କିଛି ଲୋକ ସବୁବେଳେ ଚୁଟି ସଫା କରନ୍ତି। ହେଲେ ଏହା ମୁଣ୍ଡ ବ୍ୟଥାର କାରଣ ହୋଇପାରେ। ଏହାସହ ଚୁଟି ଉପରେ ମଧ୍ୟ ଏହାର କୁ ପ୍ରଭାବ ପଡିଥାଏ।

error: Content is protected !!