ଓଡ଼ିଶାର ଅନ୍ୟତମ ପିକନିକ ସ୍ପଟ୍: ସାନ ଘାଗରା

ନୂଆବର୍ଷର ସେଲିବ୍ରେସନ ଏବେ ଜୋର ଧରିଛି। ସମସ୍ତେ ନିଜ ସାଙ୍ଗସାଥୀ ଏବଂ ପରିବାର ବର୍ଗଙ୍କୁ ଧରି ନୂଆ ନୂଆ ଜାଗାକୁ ଯାଇ ଭୋଜିଭାତ କରି ଏହି ମାହୋଲର ମଜା ନେଉଛନ୍ତି। ଲୋକେ ଅନେକ ସ୍ଥାନ ପିକନିକ ପାଇଁ ଯାଇଥାନ୍ତି। ହେଲେ ନୂଆବର୍ଷରେ କୌଣସି ଗୋଟିଏ ଭଲ ଜାଗାକୁ ନ ଗଲେ ବୁଲିବାର ମଜା ଆସେନାହିଁ। ତେଣୁ ଗୋଟିଏ ଭଲ ଜାଗା ବାଛି ସେଠାକୁ ଯିବାକୁ ଆମେ ସମସ୍ତେ ଚାହିଁଥାଉ। ତେବେ ଆଜି ଏହିପରି ଏକ ଭଲ ଜାଗା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁଠି ଆପଣ ନିଜ ପିକନିକର ମଜା ଉଠାଇପାରିବେ। ଉଭୟ ଭୋଜି ସହ ବୁଲିବାର ମଜା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିପାରିବେ।

ଆମେ ଯେଉଁ ଜାଗା ବିଷୟରେ କହୁଛୁ ସେହି ଜାଗାର ନାମ ହେଉଛି ସାନ ଘାଗରା। ଏହି ଜାଗା କେଉଁଝର ଜିଲ୍ଲାରେ ଅବସ୍ଥିତ। ଓଡ଼ିଶାର ଗୋଟିଏ ପ୍ରମୁଖ ଜଳପ୍ରପାତ ଭାବରେ ଏହାର ପ୍ରସିଦ୍ଧି ରହିଛି। କେଉଁଝର ଜିଲ୍ଲା ଟାଉନ ଉପରେ ହିଁ ରହିଛି ଏହି ସ୍ଥାନ। ଏହା ପର୍ଯ୍ୟଟନ ବିଭାଗ ଦ୍ଵାରା ସ୍ୱୀକୃତି ପ୍ରାପ୍ତ ହୋଇଛି। ଏଠାରେ ଏକ ସୁନ୍ଦର ଜଳ ପ୍ରପାତ ରହିଛି। ଏହା ସହ ଏଠାରେ ବୋଟିଂ କରିବାର ମଜା ମଧ୍ୟ ସମସ୍ତେ ଉଠାଇ ପାରିବେ। ବୋଟିଂ କରିବା ପାଇଁ ଅଧିକ ମୂଲ୍ୟ ମଧ୍ୟ ରଖାଯାଇନାହିଁ। ମାତ୍ର ୩୦ ଟଙ୍କା ଦେଲେ ଏଠାରେ ଆପଣ ଏକ ଘଣ୍ଟା ପାଇଁ ବୋଟିଂ କରିପାରିବେ। ଜଳ ପ୍ରପାତ ପାଖାପାଖି ଅଞ୍ଚଳକୁ ସୁନ୍ଦର ଗଛ ଏବଂ ମୂର୍ତ୍ତି ଦ୍ୱାରା ସଜେଇ ଗୋଟିଏ ବଡ଼ ବଗିଚା ତିଆରି କରାଯାଇଛି।

ଏହିସବୁ ଜିନିଷ ବ୍ୟତୀତ ଏଠାରେ ବଣ ଭୋଜି କରିବାର ମଧ୍ୟ ସୁବିଧା ରହିଛି। ଏଠାରେ ବର୍ଷର ପ୍ରାୟ ସବୁ ସମୟରେ ପର୍ଯ୍ୟଟକ ମାନଙ୍କର ଭିଡ ଦେଖାଯାଇଥାଏ। ଭୋଜି କରିବା ପାଇଁ ସବୁ ପ୍ରକାର ସୁବିଧା ତଥା ପିଣ୍ଡିର ବନ୍ଦୋବସ୍ତ ରହିଛି। ଛୋଟ ଛୁଆଙ୍କର ମନୋରଞ୍ଜନ ପାଇଁ ଏଠାରେ ଦୋଳି ମଧ୍ୟ ଲଗାଯାଇଛି।ପଞ୍ଜି ଜଂପିଙ୍ଗ ଭଳି ନୂଆ ଖେଳର ପର୍ଯ୍ୟଟକମାନେ ମଜା ମଧ୍ୟ ନେଇପାରିବେ।

error: Content is protected !!