ୱାସିଂ ମେସିନ୍‌ରେ ସଫା କରିବା ସମୟରେ ବରଫ ରଖିଲେ ମହିଳା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆଜିକାଲି ଲୋକ କପଡା ସଫା କରିବା ସମୟରେ ୱାସିଂ ମେସିନ୍‌ ବ୍ୟବହାର କରିବା ସାଧାରଣ କଥା। ନିକଟରେ ଲଣ୍ଡନର ଜଣେ ମହିଳାଙ୍କ ୱାସିଂ ମେସିନ୍‌ରେ କପଡା ସଫା କରିବା ଉପାୟ ବେଶ ଚର୍ଚ୍ଚାରେ ଅଛି । ଏହାସହ ତାଙ୍କ ପଡ଼ୋଶୀମାନେ ଏହି ଉପାୟ ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି। ଜାଣିବା କାହିଁକି ତାଙ୍କ ସଫା କରିବା ଉପାୟକୁ ଏତେ ପ୍ରଶଂସା କରାଯାଇଛି ।

ଷ୍ଟେଲୋ ନାମକ ଜଣେ ମହିଳା ଲଣ୍ଡନରେ ରହୁଥିଲେ । ସେ ନିୟମିତ ଓ୍ଵାସିଂ ମେସିନ୍‌ରେ କପଡା ସଫା କରି ଶୁଖାଉଥିଲେ। କପଡା ଶୁଖାଇବା ପୂର୍ବରୁ ସେ କିଛି ଖଣ୍ଡ ବରଫ ପକାଉଥିଲେ। ତାଙ୍କ କହିବା ଅନୁସାରେ ସାଧାରଣତଃ କପଡା ଧୋଇବା ପରେ ଆମେ ଆଇରନ୍‌ କରିଥାଉ କିନ୍ତୁ ସେ ଏଥିପାଇଁ ସମୟ ନଷ୍ଟ ନକରି ଶୁଖାଇବା ସମୟରେ କିଛି ଖଣ୍ଡ ବରଫ ପକାଇ ଦିଅନ୍ତି ।

ଏହାଦ୍ୱାରା କପଡା ଶୁଖିବା ପରେ କପଡ଼ାରେ ଭାଙ୍ଗ ପଡ଼ି ନଥାଏ ଏବଂ ଆଇରନ୍‌ ମଧ୍ୟ ଦରକାର ପଡ଼ିନଥାଏ।

error: Content is protected !!