ଦ୍ୱିତୀୟ ବିବାହ ଉପରେ ସୁପ୍ରିମକୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପ୍ରଥମ ପତ୍ନୀଙ୍କ ବିୟୋଗ ହେଲେ କିମ୍ବା ଛାଡପତ୍ର ହୋଇ ସାରିବା ପରେ ଦ୍ଵିତୀୟ ବିବାହ ଆଇନ ଅନୁଯାୟୀ ଏକ ଅପରାଧ ନୁହେଁ ବୋଲି କିଛି ଦିନ ତଳେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଆଦୃତି ମିଳିଥିଲା।ଏବେ ଏହାକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସୁପ୍ରିମକୋର୍ଟ ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଦ୍ୱିତୀୟ ବିବାହ ପରେ ଜନ୍ମ ନେଇଥିବା ଶିଶୁ ଅବୈଧ ନୁହେଁ। ସୁପ୍ରିମକୋର୍ଟର ଦସ୍ୱବ ଜଣିଆ ଖଣ୍ଡପୀଠରେ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ଏମ ଆର ଶାହ ଏହି ଉପରେ ରାୟ ଶୁଣାଣି କରିଛନ୍ତି। ଏହାକୁ ଉଲଙ୍ଘନ କରିଲେ ସମାନତା ଅଧିକାର ଉଲଙ୍ଘନ ହେବ ଏବଂ ଦଣ୍ଡ ବିଧାନ ମଧ୍ୟ ହେବ।

କିଛିଦିନ ତଳେ ମୁକେଶ କୁମାର ନାମକ ଜଣେ ବ୍ୟକ୍ତି ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟରେ ଅଭିଯୋଗ ଆଣିଥିଲେ। ସୂଚନା ଅନୁଯାୟୀ, ସେ ଜଣେ ରେଳ କର୍ମଚାରୀଙ୍କ ପୁଅ ଥିଲେ।ତାଙ୍କ ପିତାଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ ଥିଲେ ମୁକେଶ। ପିତାଙ୍କ ମୃତ୍ୟୁ ପରେ ମୁକେଶ ରେଳ କର୍ତ୍ତୃପକ୍ଷଙ୍କୁ ତାଙ୍କ ଚାକିରୀ ନେଇ ଆବେଦନ କରିଥିଲେ ଏବଂ ମୃତ ପିତାଙ୍କ ପୁଅ ବୋଲି ଆବେଦନ ପତ୍ରରେ ଜଣାଇଥିଲେ।

ଏହାପରେ ରେଳ କର୍ତ୍ତୃପକ୍ଷ ଦ୍ୱିତୀୟ ପତ୍ନୀଙ୍କ ପୁଅ ବୋଲି ତାଙ୍କ ଆବେଦନକୁ ନାକଚ କରିଥିଲା ଯାହା ତାଙ୍କୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ବାଧ୍ୟ କରିଥିଲା। ଏବେ ଏ ନେଇ ଶୁଣାଣି ହେବା ପରେ କୌଣସି ବି କ୍ଷେତ୍ରରେ ଦ୍ୱିତୀୟ ବିବାହ ପରେ ହୋଇଥିବା ପୁଅ ଝିଅମାନେ ଆଉ ଅବହେଳାର ଶିକାର ହେବେନାହିଁ।

error: Content is protected !!