ଆପଣଙ୍କୁ ସମୟରେ ନିଦ ହେଉନାହିଁ କି? ହୋଇପାରେଏହିସବୁ ସମସ୍ୟା

ନିଦ ଆମ ଶରୀର ପାଇଁ ବହୁତ ଜରୁରୀ। ନିଦ ବିନା ଆମେ ଉପଯୁକ୍ତ ଭାବରେ ବଢ଼ିପାରିବା ନାହିଁ କିମ୍ବା ଆମ ଶରୀର ସୁସ୍ଥ ମଧ୍ୟ ରହିବ ନାହିଁ। ତେବେ ଆଜିକାଲିର ବିଭିନ୍ନ କାରଣ ଯୋଗୁଁ ଆମ ଭିତରୁ ଅନେକ ଲୋକ ଏହି ନିଦଠାରୁ ଅନେକ ଦୂରରେ ରହୁଛନ୍ତି। ନିଦ ନହେବା ଏକ ସାଧାରଣ ସମସ୍ୟା ଆଦୌ ନୁହେଁ। ଏହା ଅନେକ ଗୁଡିଏ ରୋଗର କାରଣ ହୁଏ ଏବଂ ଏହା ହେଉଥିଲେ ଅନେକ ରୋଗର ସୂଚନା ମଧ୍ୟ ଦେଇଥାଏ। ପ୍ରାୟ ୬୦ ଭାଗ ଲୋକ ଏହି ସମସ୍ୟାରେ ପୀଡିତ। ତେବେ ଏହାର ନିରାକରଣ ପାଇଁ ଅନେକ ଉପାୟ ଥିଲେ ମଧ୍ୟ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା କାମ କରେନାହିଁ।

ଏହାକୁ ଡାକ୍ତରୀ ଭାଷାରେ ଇନ୍‍ସୋମ୍ନିଆ କୁହାଯାଏ। ଏହି ସମସ୍ୟା ଅନେକ ବଡ଼ ସମସ୍ୟାର ସଙ୍କେତ ଦେଇଥାଏ ଯଥା, ହୃଦରୋଗ, ହାର୍ଟ ଆଟାକ୍‌, ଡାଇବେଟିସ୍‌ ଓ ଜୀବନର ଆୟୁଷ କମିବାର ଏହା ଏକ ସାଧାରଣ ସଙ୍କେତ ଅଟେ। ଏହା ବ୍ୟତୀତ ମାନସିକ ଅବସାଦ ଏବଂ ବିଶେଷ ଭାବରେ ଚିନ୍ତାରେ ରହୁଥିବା ବ୍ୟକ୍ତି ଏହି ରୋଗର ଶିକାର ହୁଅନ୍ତି। ଖାଦ୍ୟ ପେୟର ଅଭାବ ମଧ୍ୟ ଏଥିପାଇଁ ଦାୟୀ ହୋଇଥାଏ। ଯଦି ଏହାକୁ ଠିକ ସମୟରେ ସୁଧାରିବା ଅସମ୍ଭବ ହୁଏ ତେବେ ଅନେକ ରୋଗରେ ବ୍ୟକ୍ତି ପୀଡିତ ହୁଅନ୍ତି। ଏହାର ସମାଧାନ ପାଇଁ ବ୍ୟକ୍ତିଙ୍କୁ ଶୋଇବାକୁ ଯିବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀର ପିଇବାକୁ ପଡିଥାଏ। ଏହା ଛଡା କିଛି ଯୋଗ ଏବଂ ବ୍ୟାୟାମ କରିଲେ ମଧ୍ୟ ଏହା ଭଲ ହୋଇଯାଏ।

error: Content is protected !!