ସ୍ମିଥ ଓ ୱାର୍ନର ଅଧାରୁ ଛାଡ଼ିବେ ଆଇପିଏଲ, କାରଣ ଜାଣନ୍ତୁ

ଚଳିତ ଆଇପିଏଲରେ ଅଧିକ ସ୍କୋର କରି ଅରେଞ୍ଜ କ୍ୟାପ୍ ପାଇଥିବା ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଡେଭିଡ୍ ୱାର୍ନର ଏବଂ ରାଜସ୍ଥାନ ରୟାଲ୍ସ ଆଇପିଏଲ ଦଳରେ ଖେଳୁଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ ଅଧାରୁ ଆଇପିଏଲ ଛାଡ଼ିବେ ବୋଲି ଖବର ଆସିଛି। ଏହି ପରିସ୍ଥିତିରେ ହାଇଦ୍ରାବାଦ ଓ ରାଜସ୍ଥାନକୁ ଝଟକା ଲାଗିଛି। ଆଗାମୀ କ୍ରିକେଟ ବିଶ୍ୱକପ ପାଇଁ ସବୁ ଦେଶ ପକ୍ଷରୁ ଦଳ ଘୋଷଣା କରାଯାଇସାରିଲାଣି । ୨୦୧୯ କ୍ରିକେଟ ବିଶ୍ୱକପ ଯେତିକି ପାଖେଇ ଆସୁଛି, ବିଶ୍ୱ କ୍ରିକେଟ ପ୍ରେମୀଙ୍କ ମନରେ ସେତିକି ଉତ୍ସାହ ବଢି ବଢି ଚାଲିଛି।

ଏଥର ଅଷ୍ଟ୍ରେଲିଆ ବିଶ୍ୱକପ ଟିମରେ ଉଭୟ ଡେଭିଡ ୱାର୍ନର ଏବଂ ଷ୍ଟିଭ୍ ସ୍ମିଥ ଖେଳିବା କାରଣରୁ ଦୁହେଁ ଆଇପିଏଲ ଦଳକୁ ଅଧାରୁ ଛାଡିବେ। ଏହାର ମୁଖ୍ୟ କାରଣ ଅଷ୍ଟ୍ରେଲିଆରେ ଆସନ୍ତା ମେ ମାସ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ରାଷ୍ଟ୍ରୀୟ ଟିମର ଅଭ୍ୟାସ ଶିବିରରେ ଦୁହେଁ ଯୋଗଦେବେ। ଗତ ବର୍ଷ ବଲ୍ ଟାମ୍ପରିଂ ମାମଲାରେ ଉଭୟଙ୍କୁ ୧ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରାଯାଇଥିଲା। ଏଥର କ୍ରିକେଟ ବିଶ୍ୱକପରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଜୁନ ମାସ ୧ ତାରିଖରେ ଖେଳିବ।

error: Content is protected !!