ଡିସେମ୍ବର ୨୬ ତାରିଖରେ ୨୦୧୯ ମସିହାର ଶେଷ ସୂର୍ଯ୍ୟ ଗ୍ରହଣ, ଏହି ୪ ରାଶିଙ୍କ ଉପରେ ପଡିପାରେ ପ୍ରଭାବ

୨୦୧୯ ମସିହାର ଶେଷ ସୂର୍ଯ୍ୟ ଗ୍ରହଣ ଆସନ୍ତା ଡିସେମ୍ବର ୨୬ ତାରିଖରେ ହେବ। ଏହି ସୂର୍ଯ୍ୟ ଗ୍ରହଣରେ ସୂର୍ଯ୍ୟ, ଚନ୍ଦ୍ର ଓ ଜ୍ଞାନ, ପ୍ରଗତି ଏବଂ ସନ୍ତାନର କାରକ ଗ୍ରହ ଗୁରୁ ବୃହସ୍ପତି ଗୋଟିଏ ରେଖାରେ ଅବସ୍ଥିତ ରହିବେ। ଚଳିବ ବର୍ଷର ଶେଷ ସୂର୍ଯ୍ୟଗ୍ରହଣର ପ୍ରଭାବ କିଛି ରାଶି ଉପରେ ପଡିପାରେ । ସୂର୍ଯ୍ୟ ଗ୍ରହଣ ପ୍ରଭାବରେ ରାଶିଚକ୍ରର ତିନି ରାଶି କର୍କଟ, ଧନୁ ଓ କୁମ୍ଭ ରାଶି ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିବ । କିନ୍ତୁ ସୂର୍ଯ୍ୟ ଗ୍ରହଣର ପ୍ରଭାବରେ ଏହି ଚାରୋଟି ରାଶି ଉପରେ ଖରାପ ପ୍ରଭାବ ପଡିବ।

ମେଷ- ସୂର୍ଯ୍ୟ ଗ୍ରହଣର ପ୍ରଭାବ ମେଷ ରାଶି ଉପରେ ପଡ଼ିବ। ଏହି ରାଶିର ବ୍ୟକ୍ତିମାନେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପରିବାର ମଧ୍ୟରେ କହଳ ଲାଗି ରହିବ। ଏଥିସହ ଗୃହ ଶତ୍ରୁ ମଧ୍ୟ ବଢ଼ିପାରେ। ଏହି ସମୟରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ନାହିଁ।

ମିଥୁନ- ସୂର୍ଯ୍ୟ ଗ୍ରହଣର ପ୍ରଭାବ ମିଥୁନ ରାଶି ଉପରେ ପଡ଼ିବ। ଆର୍ଥିକ ଅନଟନ ଲାଗି ରହିବା ସହ କିଛି ବି ସମସ୍ୟା ଆସିବା ପୂର୍ବରୁ ସୂଚନା ମିଳିବ ନାହିଁ। ଏହି ରାଶିର ବ୍ୟକ୍ତିଙ୍କ ନିଷ୍ପତ୍ତି ଭୁଲ ରହିବ। ତେଣୁ ତରବରିଆ କୌଣସି ନିଷ୍ପତ୍ତି ନେବେ ନାହିଁ।

ତୁଳା- ସୂର୍ଯ୍ୟ ଗ୍ରହଣର ପ୍ରଭାବ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ। ଏଥିସହ ସାଙ୍ଗ, ସାଥୀ ଓ ସଂପର୍କୀୟଙ୍କ ସହ ଭୁଲ ବୁଝାମଣା ହୋଇପାରେ। ଏହି ରାଶିର ବ୍ୟକ୍ତିମାନେ ଏହି ସମୟରେ ନିଜ ଜିଭକୁ ଲଗାମ୍‌ ଦେବା ଉଚିତ୍‌। ଶୁଭ କାର୍ଯ୍ୟରେ ମଧ୍ୟ ବାଧାପ୍ରାପ୍ତ ହୋଇପାରେ।

ବିଛା- ସୂର୍ଯ୍ୟ ଗ୍ରହଣ ପ୍ରଭାବରେ ଏହି ରାଶିର ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିବ ନାହିଁ। ଏହି ସମୟରେ ବାହାର ଖଦ୍ୟ ଉପରେ ନିୟନ୍ତ୍ରଣ ରଖିବେ। ଆର୍ଥିକ ଅବସ୍ଥା ଏତେ ଭଲ ରହିବ ନାହିଁ। କୌଣସି ଶୁଭ କାର୍ଯ୍ୟା କଲେ ସେହି କାର୍ଯ୍ୟାରେ ବିଫଳ ହେବେ। ତେଣୁ ସେହି ସମୟଅତିକ୍ରମ କରିବା ପରେ ଶୁଭ କାର୍ଯ୍ୟ କରିବେ।

error: Content is protected !!