ଘରେ ଏହି ତିନୋଟି କାମ କଲେ ମିନିଟ୍‌ରେ ଗାୟବ ହୋଇଯିବେ ମଶା

ଶୀତଦିନେ ଘରେ ମଶା ହେବା ସାଧାରଣ କଥା। ମଶା କାମୁଡାରେ ମଣିଷ ଅନେକ ରୋଗରେ ଶିକାର ହୁଏ। ଘରେ ଏହି ୩ଟି ପ୍ରକ୍ରିୟା ପାଳନ କଲେ ମଶାମାନଙ୍କ ସମସ୍ୟା ଦୂର ହୋଇଯିବ।
କର୍ପୁର ଜାଳିବା- ଯଦି ଘରେ ମଶାମାନଙ୍କ ସଂଖ୍ୟା ଅଧିକ ଅଛି ତାହେଲେ ସନ୍ଧ୍ୟା ହେବା ପୂର୍ବରୁ ଘରେ କର୍ପୁର ଜଳାଇବା ଜରୁରୀ। ଏହି ପ୍ରକ୍ରିୟା ଦ୍ବାରା ଘରେ ଥିବା ମଶା ଗାୟବ ହୋଇଯିବେ। କାରଣ କର୍ପୁରର ଗନ୍ଧ ପାଇଁ ମଶାମାନଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ। କର୍ପୁରର ଗନ୍ଧ ମଶାମାନଙ୍କ ଉପରେ ଖରାପ ପ୍ରଭାବ ପକାଏ ।

ତେଜପତ୍ର ଜାଳିବା- ଘରର ପ୍ରତ୍ୟେକ ରୁମରେ ତେଜ ପତ୍ର ଜଳାଇଲେ ମଶାମାନେ ପ୍ରବେଶ କରିପାରନ୍ତି ନାହିଁ। ଏହା ଦ୍ବାରା ଘରେ ଥିବା ମଶା ମଧ୍ୟ ବାହାରିଯାଆନ୍ତି। ତେଜପତ୍ରର ଧୂଆଁ ମଶାମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ତେଜପତ୍ର ଜଳାଇଲେ କିଛି ସମୟ ମଧ୍ୟରେ ଘରୁ ମଶା ଘରୁ ପଳାଇ ଥାଆନ୍ତି ।
ଲବଙ୍ଗ- ଘରର ପ୍ରତି କୋଣରେ ଲବଙ୍ଗ ଛେଚି ରଖିଲେ ମଶା ସଂଖ୍ୟା କମ ହୁଅନ୍ତି। କର୍ପୁର ଜଳାଇବା ସମୟରେ ସେଥିରେ ଲବଙ୍ଗ ପକାଇଲେ ମଧ୍ୟ ଘରେ ମଶା ପଶିବେ ନାହିଁ। ଏହା ସହ ଏହି ଧୂଆଁରେ ଘରର ପରିବେଶ ମଧ୍ୟ ଭଲ ରହିବ।

error: Content is protected !!