ଅକ୍ଟୋବରରେ ସରକାର ବିକୁଛନ୍ତି ଶସ୍ତାରେ ସୁନା, ଜାଣନ୍ତୁ କେମିତି ଉଠାଇବେ ଫାଇଦା

ପାର୍ବଣ ଋତୁରେ ଲୋକମାନେ ନୂଆ ପୋଷାକ ସାଙ୍ଗରେ ସୁନାରୁପା ମଧ୍ୟ କିଣୁଛନ୍ତି। ଅନେକ ଲୋକଙ୍କ ସୁନା କିଣିବାକୁ ଇଚ୍ଛା ଥିଲେ ମଧ୍ୟ ସୁନାର ମୂଲ୍ୟ ବଢୁଥିବା ଯୋଗୁ କିଣିବା ଅସମ୍ଭବ ହୋଇ ପଡିଛି। ତେବେ ଏହି ସମୟରେ ଭାରତ ସରକାର ସୁଲଭ ମୂଲ୍ୟରେ ସୁନା ବିକ୍ରି କରୁଛନ୍ତି। ସରକାରଙ୍କ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ‘ସୋଭରେନ ଗୋଲ୍ଡ ବଣ୍ଡ’ ବିଷୟରେ ଜାଣିବା ନିହାତି ଆବଶ୍ୟକ। ଆପଣ ଏହି ସୋଭରେନ ଗୋଲ୍ଡ ବଣ୍ଡ ମାଧ୍ୟମରେ ସୁନା କିଣିଲେ ଆପଣଙ୍କୁ ମଧ୍ୟ ଆୟକର ରିହାତି ମିଳିବ।

ସୂଚନା ଅନୁସାରେ ସୋଭରେନ ଗୋଲ୍ଡ ବଣ୍ଡରେ ଅକ୍ଟୋବର ୭ ତାରିଖରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ନିବେଶ ଲାଗି ସୁଯୋଗ ମିଳିବ। ଏହି ୫ ଦିନରେ ସରକାରୀ ସୁନା କିଣା ଯୋଜନାରେ ନିବେଶ ପାଇଁ ଇଚ୍ଛା କରୁଥିବା ଗ୍ରାହକ ପ୍ରତିଗ୍ରାମ ସୁନା ଲାଗି ୩ ହଜାର ୭୮୮ ଟଙ୍କା ଜମା କରିପାରିବେ। ଏହି ଗୋଲ୍ଡ ବଣ୍ଡ ଆପଣ ନିକଟସ୍ଥ ସରକାରୀ ଡାକଘର, ବ୍ୟାଙ୍କ ଅଥବା ଷ୍ଟକ୍ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆରୁ କିଣି ପାରିବେ।

ଗୋଲ୍ଡ ବଣ୍ଡର ପରିପକ୍ୱ ଅବଧି ୮ ବର୍ଷ। ଏଥିରେ ଆପଣଙ୍କୁ ବାର୍ଷିକ ୨.୫ ପ୍ରତିଶତ ହାରରେ ସୁଧ ବି ମିଳିବ। ତେବେ ଏହି ନିବେଶର ସୁଧ ଉପରେ ଆୟକର କାଟ ହେବନାହିଁ। ଏଥିରେ କେହିବି ନିବେଶକ ସର୍ବାଧିକ ୫ଶହ ଓ ସର୍ବ ନିମ୍ନ ୧ ଗ୍ରାମ ସୁନା କିଣିପାରିବେ। ବିଶ୍ୱସ୍ତରରେ ସୁନାର ଚାହିଦା ଯୋଗୁ ଦର ନିୟମିତ ବଢିବାରେ ଲାଗିଛି ତେଣୁ ଆପଣ ଏଥିରେ ନିବେଶ କଲେ ନିଶ୍ଚିତ ଲାଭବାନ ହେବେ।

error: Content is protected !!