ପାହାନ୍ତା ସମୟରେ ସମ୍ପର୍କୀୟଙ୍କୁ ସ୍ୱପ୍ନରେ ଦେଖିବା ଅର୍ଥ କଣ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାହାନ୍ତା ସମୟର ସ୍ୱପ୍ନର ବିଶେଷ ମହତ୍ୱ ରହିଛି। ଜାଣିବା ଏହି ସମୟରେ ସଂପର୍କୀୟଙ୍କୁ ସ୍ୱପ୍ନରେ ଦେଖିଲେ କ’ଣ ସଙ୍କେତ ମିଳିଥାଏ।

ନିଜ ମା’:
ଯଦି ପାହାନ୍ତା ସ୍ୱପ୍ନରେ ନିଜ ମା’ଙ୍କୁ ଦେଖୁଛନ୍ତି ତେବେ ଖୁବଶୀଘ୍ର ଜୀବନରେ ଖୁସି ଆସିଥାଏ।

ଗୁରୁ:
ପାହାନ୍ତା ସ୍ୱପ୍ନରେ ଯଦି ଗୁରୁ କିମ୍ବା ଅଧ୍ୟାପକଙ୍କୁ ଦେଖୁଛନ୍ତି ତେବେ ଆପଣ ଧାର୍ମିକ କାର୍ଯ୍ୟ ଆସକ୍ତି ବଢିବ।

ସ୍ତ୍ରୀ ସ୍ୱାମୀଙ୍କୁ ଦେଖିବା:
ପାହାନ୍ତା ସ୍ୱପ୍ନରେ ନିଜ ସ୍ୱାମୀଙ୍କୁ ଦେଖିଲେ ବୈବାହିକ ଜୀବନ ଆନନ୍ଦମୟ ହୁଏ।

Loading...

ମାମୁ କିମ୍ବା ମାମୁ ଘର ଲୋକ:
ପାହାନ୍ତା ସ୍ୱପ୍ନରେ ମାମୁ କିମ୍ବା ମାମୁ ଘର ଲୋକଙ୍କୁ ଦେଖିଲେ ତେବେ ଜୀବନରେ ଶାନ୍ତି ଓ ପ୍ରେମର ଅଭାବ ରହିଛି।

ଅଜା ଓ ଆଈ:
ପାହାନ୍ତା ସ୍ୱପ୍ନରେ ନିଜ ଅଜା ଓ ଆଈଙ୍କୁ ଦେଖିଲେ ଜୀବନରେ ସୁରକ୍ଷା ବୃଦ୍ଧି ପାଇବ।

ପ୍ରେମ କରୁଥିବା ମହିଳାଙ୍କୁ ଶାଢି ସହ ଦେଖନ୍ତି:
ପାହାନ୍ତା ସ୍ୱପ୍ନରେ ନିଜ ପ୍ରେମିକା କିମ୍ବା ସ୍ତ୍ରୀଙ୍କୁ ସିନ୍ଦୁର ଓ ଶାଢି ସହ ଦେଖିଲେ ଘରକୁ ଅର୍ଥ ଆସିବାର ସମ୍ଭାବନା ଥାଏ। ସାଧବା ନାରୀଙ୍କୁ ମହାଲକ୍ଷ୍ମୀଙ୍କ ସହ ତୁଳନା କରାଯାଏ।

Loading...
error: Content is protected !!