ଶ୍ରାବଣ ମାସରେ ଏମିତି କେଲେ ଭଗବାନ ଶିବ ପ୍ରସନ୍ନ ହେବେ

ଆରମ୍ଭ ହୋଇସାରିଛି ଶ୍ରାବଣମାସ । ଏହି ମାସରେ ମହାଦେବଙ୍କ ପୂଜା କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି । ଶ୍ରାବଣ ମାସରେ ପୂଜା କରିବା ଦ୍ୱାରା ଅଟକି ରହିଥିବା ଅନେକ କାମ ସମ୍ପୂର୍ଣ୍ଣ ହୋଇଥାଏ । ଆଜି ଜାଣିବା ଏମିତି ଉପାୟ ଯାହାଦ୍ୱାରା ଆପଣ ଶିବ ଭଗବାନଙ୍କୁ ପ୍ରସନ୍ନ କରିପାରିବେ ।

ଶ୍ରାବଣ ମାସର ପ୍ରତ୍ୟେକ ଦିନ ଘରେ ଗୋବର ପାଣି ଚିଛିବେ ତେବେ ପାରିବାରିକ କଳହ ଦେଖା ଦେବ ନାହିଁ। ଶ୍ରାବଣ ମାସ ପ୍ରତ୍ୟେକ ସୋମବାରରେ ୨୧ଟା ବେଲପତ୍ରରେ ଚନ୍ଦନ ଦ୍ୱାରା ଓଁ ନମଃ ଶିବାୟ ଲେଖି ଭଗବାନ ଶିବ ଲିଙ୍ଗରେ ଚଢାନ୍ତୁ ସମସ୍ତ ମନସ୍କାମନା ପୂରଣ ହେବ ।

ଶ୍ରାବଣ ମାସରେ ନିୟମିତ ସକାଳୁ ଉଠି ସ୍ନାନ ସାରି ଭଗବାନ ଶିବଙ୍କୁ ଦର୍ଶନ କଲେ ମନ ଶାନ୍ତି ରହିବ । ଯେତେ ସମ୍ଭବ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ଘରେ ଅନ୍ନ ଅଭାବ ରହିବ ନାହିଁ । ଏହାସହିତ ପିତୃ ପୁରୁଷମାନେ ଶାନ୍ତି ରହିବେ ।

ଯଦି ବିବାହକୁ ନେଇ ପ୍ରତି ବନ୍ଧକ ଦେଖାଯାଉଛି ତେବେ ଶ୍ରାବଣ ମାସରେ ଶିବ ଲିଙ୍ଗରେ କେଶର ମିଶା ଖୀର ଚଢାନ୍ତୁ ଶୀଘ୍ର ବିବାହ ଯୋଗ ଫିଟି ଯିବ।

error: Content is protected !!